ପାକିସ୍ତାନର ଅସମ୍ଭବ ସର୍ତ୍ତ : ପ୍ରଥମେ କଶ୍ମୀର ଲୋକଙ୍କ ଅଧିକାର ଫେରାଅ, ତାପରେ କଥାବାର୍ତ୍ତା କରିବୁ

ଇସ୍ଲାମାବାଦ : କଶ୍ମୀର ପ୍ରସଙ୍ଗରେ ସାରା ବିଶ୍ୱରେ ଏକଘରକିଆ ହୋଇଥିବା ସତ୍ତ୍ୱେ ପାକିସ୍ତାନ ନିଜର ଗାଲୁଆ ଗୁଣ ଛାଡିପାରୁନାହିଁ । ଭାରତ ସହ କଥାବାର୍ତ୍ତା ପାଇଁ ବିଶ୍ୱସମୁଦାୟ ନିକଟରୁ ଚାପ ପଡୁଥିବା ସତ୍ତ୍ୱେ ପାକିସ୍ତାନ ଓଲଟି ଭାରତ ଉପରେ ସର୍ତ୍ତ ଆରୋପ କରୁଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି ଯେ ଭାରତ କଶ୍ମୀରରୁ କର୍ଫ୍ୟୁ ହଟାଇ ପୂର୍ବର ଅବସ୍ଥା ଫେରାଇଆଣିଲେ ଓ ଗୃହବନ୍ଦୀ ଥିବା କଶ୍ମୀର ନେତାମାନଙ୍କୁ ମୁକ୍ତ କଲେ ଯାଇ ପାକିସ୍ତାନ କଥାବାର୍ତ୍ତା କରିବ ।

ବିବିସି ଉର୍ଦ୍ଦୁକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତ ସହିତ ଆଲୋଚନା କରିବାରେ ପାକିସ୍ତାନର କୌଣସି ଆପତ୍ତି ନାହିଁ। କିନ୍ତୁ ପ୍ରଥମେ ଭାରତ କଶ୍ମୀରରୁ କର୍ଫ୍ୟୁ ହଟାଉ ଓ କଶ୍ମୀରବାସୀ ପୂର୍ବରୁ ଉପଭୋଗ କରୁଥିବା ସ୍ୱାୟତ୍ତତା ପ୍ରଦାନ କରୁ । ଏହା ସହିତ ବନ୍ଦୀ କଶ୍ମୀର ନେତାମାନଙ୍କୁ ମୁକ୍ତକରି ସେମାନଙ୍କୁ ତାଙ୍କୁ ଭେଟିବାକୁ ଦେଉ ।

ଭାରତ ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଠାଇଦେବା ସହ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ ।

ସମ୍ବନ୍ଧିତ ଖବର