ବେଙ୍ଗାଲୁରୁ: ପୁଣିଥରେ ସରଗରମ ହୋଇଛି କର୍ଣ୍ଣାଟକ ରାଜନୀତି।। ଅମିତ ଶାହାଙ୍କ ଗସ୍ତକୁ ନେଇ ପୁଣି ଥରେ ରାଜ୍ୟରେ ବିଜେପି ଦ୍ୱାରା ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବସବରାଜ ବୋମ୍ମାଇଙ୍କୁ ୯ମାସ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ଏବେ ପୁଣି ଥରେ ରାଜ୍ୟର ମୁଖ୍ୟ ବଦଳିପାରନ୍ତି ବୋଲି କୁହାଯାଉଛି। ତେବେ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ବୋମ୍ମାଇ ନିଜ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିପାରନ୍ତି।

Advertisment

ଦଳର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀ ଏବଂ ଗୁଜୁରାଟ ଭଳି ଦଳର ନେତୃତ୍ୱରେ ଏକ ବଡ଼ ଢ଼ଙ୍ଗରେ ପରିବର୍ତ୍ତନ ଆଣିବାର କ୍ଷମତା ବିଜେପି ପାଖରେ ଅଛି। ମୁଁ ଏହା କହୁ ନାହିଁ ଯେ ସବୁ ରାଜ୍ୟରେ ବିଜେପି ଏଭଳି କରିବ। କିନ୍ତୁ ବିଜେପି ଏପରି ନିଷ୍ପତ୍ତି ନେବାକୁ ସକ୍ଷମ, ଯାହା ଅନ୍ୟ ରାଜନୈତିକ ଦଳ କଳ୍ପନା କରିପାରିବ ନାହିଁ।

ତେବେ ନେତୃତ୍ବ ପରିବର୍ତ୍ତନ ନେଇ ଉଭୟ ବସବରାଜ ବୋମ୍ମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।