ନୂଆଦିଲ୍ଲୀ: ପୁଣି ଭାରତ ଫେରିବ କି ଚୀନର ସର୍ଟଭିଡିଓ ଆପ୍ ଟିକଟକ୍ ? ଭାରତରେ ଏହାର ଓ୍ବେବସାଇଟ ପୁଣି ଖୋଲୁଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଆପ ଏବେ ବି ଖୋଲୁନାହିଁ ।
ଟିକଟକକୁ ୫ ବର୍ଷ ପୂର୍ବେ ଭାରତରେ ପ୍ରତିବନ୍ଧିତ କରାଯାଇଥିଲା । ଗଲଓ୍ବାନ ସଂଘର୍ଷ ପରେ ଭାରତ ସରକାର ଚୀନର ମୋବାଇଲ ଆପଗୁଡ଼ିକୁ ନିଷିଦ୍ଧ କରିଥିଲେ । ସେତେବେଳେ ପ୍ରାୟ ୫୯ଟି ଚୀନା ଆପ ନିଷିଦ୍ଧ ହୋଇଥିଲା । ସେବେଠାରୁ ଭାରତରେ ଟିକଟକ ସକ୍ରିୟ ନଥିଲା । କିନ୍ତୁ ଏବେଵି ପୁଣି ଭାରତ ଓ ଚୀନ ମଧ୍ୟରେ ସଂପର୍କରେ ସୁଧାର ଆସିଥିବାରୁ ଭାରତ ସରକାର ଚୀନ ଆପଗୁଡ଼ିକୁ ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ଟିକଟକକୁ ୫ ବର୍ଷ ପୂର୍ବେ ଭାରତରେ ପ୍ରତିବନ୍ଧିତ କରାଯାଇଥିଲା । ଗଲଓ୍ବାନ ସଂଘର୍ଷ ପରେ ଭାରତ ସରକାର ଚୀନର ମୋବାଇଲ ଆପଗୁଡ଼ିକୁ ନିଷିଦ୍ଧ କରିଥିଲେ । ସେତେବେଳେ ପ୍ରାୟ ୫୯ଟି ଚୀନା ଆପ ନିଷିଦ୍ଧ ହୋଇଥିଲା। ସେବେଠାରୁ ଭାରତରେ ଟିକଟକ ସକ୍ରିୟ ନଥିଲା ।
ଭାରତରେ ଏବେ ଟିକଟକର ଓ୍ବେବସାଇଟର ହୋମପେଜ୍ ଖୋଲୁଥିବାବେଳେ ଆପ କିନ୍ତୁ ଖୋଲୁନାହିଁ । ଏପରିକି ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଆପଷ୍ଟୋରରେ ବି ଏହି ଆପ ଉପଲବ୍ଧ ନାହିଁ । ତେବେ ଭାରତ ପ୍ରତ୍ୟାବର୍ତ୍ତନ ସଂପର୍କରେ ଟିକଟକର ମୂଳ କମ୍ପାନୀ ବାଇଟଡାନ୍ସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ ।