ଯଦି କେନ୍ଦ୍ର ସରକାର କିମ୍ବା ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତି, ତେବେ ଏହି ଉଭୟ ସରକାରଙ୍କୁ ପଦଚ୍ୟୁତ କରାଯିବ-ସୁବ୍ରମଣ୍ୟମ ସ୍ୱାମୀ
ନୂଆଦିଲ୍ଲୀ: ଯଦି କେନ୍ଦ୍ର ସରକାର କିମ୍ବା ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତି, ତେବେ ଏହି ଉଭୟ ସରକାରଙ୍କୁ ପଦଚ୍ୟୁତ କରାଯିବ ବୋଲି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ପ୍ରସଙ୍ଗରେ ଶ୍ରୀ ସ୍ୱାମୀ କହିଛନ୍ତି ଯେ ସୁପ୍ରିମକୋର୍ଟରେ ରାମମନ୍ଦିର ନିର୍ମାଣ ମାମଲା ୨୦୧୯ ଜାନୁଆରି ମାସ ପାଇଁ ତାଲିକାଭୁକ୍ତ ହୋଇଛି। ଆଉ ସୁପ୍ରିମକୋର୍ଟରେ ଶୁଣାଣି ହେବାର ମାତ୍ର ୨ ସପ୍ତାହ ମଧ୍ୟରେ ଆମେ ଜିଣିବୁ। କାରଣ ଆମ ବିରୋଧରେ ଯେଉଁ ଦୁଇଜଣ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି, ସେ ହେଉଛନ୍ତି କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାର। ଆଉ ଯଦି ଏହି ଦୁଇ ସରକାର ରାମ ମନ୍ଦିର ନିର୍ମାଣକୁ ସୁପ୍ରିମ କୋର୍ଟରେ ବିରୋଧ କରନ୍ତି,ତେବେ ଏହି ଦୁଇ ସରକାରଙ୍କୁ ପଦଚ୍ୟୁତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ସ୍ୱାମୀ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ବହୁ ମୁସଲମାନ ବୁଦ୍ଧିିଜୀବୀଙ୍କ ସହିତ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେ ଭେଟିଥିବା ମୁସଲମାନମାନେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ବିରୋଧ କରୁ ନାହାଁନ୍ତି।
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ବିବାଦୀୟ ଜମି ପ୍ରସଙ୍ଗରେ ଶ୍ରୀ ସ୍ୱାମୀ କହିଛନ୍ତି ଯେ ସୁନ୍ନି ଓ୍ଵକ୍ଫ ବୋର୍ଡ ଦାବି କରେ ଯେ ମୋଗଲ ସମ୍ରାଟ ବାବର ଦ୍ୱାରା ଜବରଦସ୍ତ ଅଧିକାର କରାଯାଇଥିବା ଜମି ଆମର। କିନ୍ତୁ ସେମାନେ କେବେ ବାବର ମସଜିଦ୍ ପୁନଃନିର୍ମାଣ କଥା କହି ନାହାଁନ୍ତି। ସେମାନେ କେବଳ ଜମିର ସତ୍ତ୍ୱ ନେଇ ଦାବି କରୁଛନ୍ତି।
ସେହିପରି ରାମ ଜନ୍ମଭୂମି ବ୍ୟାସ ଓ ନିର୍ମୋହି ଆଖଡ଼ା ଦାବି କରିଛି ଯେ ସେଠାରେ ଦୁଇଟି ମନ୍ଦିର ଥିଲା ଓ ସେହି ମନ୍ଦିରର ସେମାନେ ଟ୍ରଷ୍ଟି, ତେଣୁ ଜମି ସେମାନଙ୍କୁ ଦିଆଯିବା ଉଚିତ। ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିବାଦୀୟ ଜମିର ୨ ତୃତୀୟାଂଶ ହିନ୍ଦୁମାନଙ୍କୁ ଓ ଏକ ତୃତୀୟାଂଶ ମୁସଲମାନମାନଙ୍କୁ ଦେଇଥିଲେ। ତେବେ ଏହି ରାୟ ବିରୋଧରେ ସୁନ୍ନି ଓ୍ଵକ୍ଫ ବୋର୍ଡ ବିରୋଧ କରିଥିଲା । କାରଣ ଜମି ମୁସଲମାନମାନଙ୍କୁ ଦିଆଯାଇଥିଲା, ସୁନ୍ନି ଓ୍ଵକ୍ଫ ବୋର୍ଡକୁ ନୁହେଁ। ତା ପରଠାରୁ ଏହି ମାମଲା ୨୦୧୦ରୁ ୨୦୧୭ ଯାଏ ଶୁଣାଣି ହୋଇ ନ ଥିଳା।
ମୁଁ ଏହି ପ୍ରସଙ୍ଗରେ ସୁପଅିମକୋର୍ଟରେ ଆବେଦନ କରିଥିଲି। ମାତ୍ର ମାମଲାରେ ମୋର ସମ୍ପୃକ୍ତି ଉପରେ ପଶ୍ନ ଉଠାଇ ସୁପ୍ରିମକୋର୍ଟ ମୋତେ ଏହି ମାମଲାରୁ ବାହାର କରି ଦେଇଥିଲେ। ପରେ ଅବଶ୍ୟ ଏହି ପ୍ରସଙ୍ଗରେ ସେ କୋର୍ଟକୁ ଜଣାଇଥିଲେ ଯ ରାମଙ୍କ ଜନ୍ମସ୍ଥାନ ସହିତ ମୋର ଆସ୍ଥା ଓ ବିଶ୍ୱାସ ଜଡିତ ଥିବାରୁ ମୋତେ ମାମଲରେ ପକ୍ଷଭୁକ୍ତ କରାଯାଉ। କୋର୍ଟ ଏଥିରେ ରାଜି ହୋଇଥିଲେ। ଆମେ ସେଠାରେ ମନ୍ଦିର ଚାହୁଥିବାବେଳେ ମୁସଲମାନମାନେ କେବଳ ଜମିର ସତ୍ତ୍ୱ ଚାହୁଁଛନ୍ତି, ଯାହାକି ଏକ ମୌଳିକ ଅଧିକାର ନୁହେଁ। ମୁଁ ଏକ ସମ୍ପତ୍ତି ବିବାଦ ଉପରେ ମୋର ମୌଳିକ ଅଧିକାରକୁ ଗୁରୁତ୍ୱ ଦେବାକୁ କହିବା ପରେ ସୁପିମ କୋର୍ଟଏହାକୁ ଗୁରୁତ୍ୱ ଦେଇ ମୋତେ ମାମଲରେ ପୁଣି ସମ୍ପୃକ୍ତ କରିଥିଲେବୋଲି ଶ୍ରୀ ସ୍ୱାମୀ କହିଥିଲେ।
ସେହିପରି ସ୍ୱାମୀ କହିଥିଲେ ଯେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ବିବାଦୀୟ ଜମିରେ ଏକ ମନ୍ଦିର ଥିବାର ପ୍ରମାଣ ଦେଇ ସାରିଛି।