ଜେରୁଜେଲମ୍: ଗାଜା ସହରରେ ଥିବା ସେମାନଙ୍କ ଆତ୍ମଗୋପନ ସ୍ଥାନଗୁଡ଼ିକୁ ଭାଙ୍ଗି ଧ୍ବଂସସ୍ତୂପ କରିଦେବୁ ବୋଲି ଆଜି ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଲେଷ୍ଟାଇନୀୟ ହମାସ୍ ଆତଙ୍କବାଦୀଙ୍କୁ ସତର୍କବାଣୀ ଶୁଣାଇଛନ୍ତି।
ସବୁଆଡ଼େ ଇସ୍ରାଏଲୀୟ ସୈନିକମାନେ ଜୋର୍ଦାର୍ ଆକ୍ରମଣ କରିବେ ବୋଲି ସତର୍କ କରାଇ ସେ ବାସିନ୍ଦାମାନଙ୍କୁ ଗାଜା ଛାଡ଼ି ଚାଲିଯିବାକୁ କହିଛନ୍ତି।
‘ଏକ୍ସ୍’ କରି ନେତାନ୍ୟାହୁ କହିଛନ୍ତି, ସେ ଦୁଷ୍ଟ ନଗରୀରେ (ଗାଜା) ହମାସ୍ମାନେ ମୁତୟନ କରାଯାଇଥିବା, ଆତ୍ମଗୋପନ କରିଥିବା ଓ ଅଭିଯାନ ଚଳାଉଥିବା ସମସ୍ତ ସ୍ଥାନକୁ ଆମେ ଭାଙ୍ଗି ଖଣ୍ଡବିଖଣ୍ଡ କରି ପକାଇବୁ। ମୁଁ ଗାଜାବାସୀମାନଙ୍କୁ କହୁଛି: ସଙ୍ଗେ ସଙ୍ଗେ ଚାଲିଯାଅ, କାରଣ ଆମେ ଜୋର୍ଦାର୍ ଅଭିଯାନ ଆରମ୍ଭ କରିବୁ।
Image Courtesy of India Todayସଦ୍ୟତମ ସୂଚନା ଅନୁସାରେ, ଶନିବାର ସକାଳେ ପାଲେଷ୍ଟେନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍ ଅପ୍ରତ୍ୟାଶିତ ଆକ୍ରମଣ ଆରମ୍ଭ କରିବା ପରଠାରୁ ଏଯାବତ୍ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ରେ ପ୍ରାୟ ୫୦୦ ଲୋକ ପ୍ରାଣ ହରାଇଲେଣି।
ହମାସ୍ ଆକ୍ରମଣରେ ଇସ୍ରାଏଲ୍ରେ ୩୦୦ରୁ ଅଧିକ ଜନତା ପ୍ରାଣ ହରାଇଥିବା ବେଳେ ଇସ୍ରାଏଲୀୟ ପ୍ରତିରକ୍ଷା ବଳର ପ୍ରତିଆକ୍ରମଣ ‘ଅପରେସନ୍ଆଇରନ୍ ସୋର୍ଡ’ରେ ଗାଜା ଓ ୱେଷ୍ଟ୍ ବ୍ୟାଙ୍କ୍ରେ ୨୩୦ରୁ ଅଧିକ ଜନତା ପ୍ରାଣ ହରାଇଛନ୍ତି।
ଏବେ ମଧ୍ୟ ଇସ୍ରାଏଲୀୟ ସେନା ଓ ହମାସ୍ ମଧ୍ୟରେ ଦକ୍ଷିଣ ଇସ୍ରାଏଲ୍ରେ ତୁମୁଳ ଯୁଦ୍ଧ ଚାଲିଛି। ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ଆଜି ସକାଳେ କହିଛନ୍ତି, ଦେଶ ଦୀର୍ଘ ଓ କଷ୍ଟସାଧ୍ୟ ଯୁଦ୍ଧ ଆରମ୍ଭ କରିଛି। ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/neta.jpg)