ଆବଶ୍ୟକ ସ୍ଥଳେ ନାଗରିକତା (ସଂଶୋଧନ) ଆଇନରେ ପରିବର୍ତ୍ତନ କରାଯିବ: ଅମିତ ଶାହା

ଧାନବାଦ/ରାଞ୍ଚି: ଶନିବାର ଦିନ ଏକ ସର୍ବସାଧାରଣ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ସୁହାଇବା ଭଳି ନାଗରିକତା (ସଂଶୋଧନ) ଆଇନରେ କେତେକ ପରିବର୍ତ୍ତନ କରାଯାଇ ପାରେ।

ଗିରିଡିହ ଠାରେ ଆୟୋଜିତ ରାଲିରେ ଶାହା କହିଛନ୍ତି: ମେଘାଳୟର ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସାଙ୍ଗମା ଏବଂ ତାଙ୍କ ମନ୍ତ୍ରୀମାନେ ମୋତେ ଶୁକ୍ରବାର ଦିନ ଭେଟି ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ସୂଚନା ଦେଇଛନ୍ତି…। କିଛି ସମସ୍ୟା ନାହିଁ ବୋଲି ମୁଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି। ଆଇନରେ କିଛି ପରିବର୍ତ୍ତନ କରାଇବାକୁ ସେମାନେ କହିବାରୁ, ବଡ଼ଦିନ ପରେ ଆସି ମୋତେ ଭେଟିବାକୁ ମୁଁ ତାଙ୍କୁ କହିଛି। ଏ ବିଷୟରେ ଆମେ ଗଠନମୂଳକ ଆଲୋଚନା କରି ମେଘାଳୟ ସମସ୍ୟା ସମାଧାନର ଉପାୟ କରିବା।

Image Source: The Times of India

ପରେ ଧାନବାଦ ଠାରେ ଅନ୍ୟ ଏକ ରାଲିରେ ଶାହା କହିଲେ, ଆମେ ନାଗରିକତା (ସଂଶୋଧନ) ବିଧେୟକ ଆଗତ କରିବା ମାତ୍ରେ କଂଗ୍ରେସର ପେଟଟଣା ଆରମ୍ଭ ହେବା ପରି ମନେହେଲା। ବର୍ଷ ବର୍ଷ ଧରି ଅନ୍ୟ ଦେଶରେ ଧାର୍ମିକ ନିର୍ଯାତନା ଭୋଗୁଥିବା ଲୋକେ ଶରଣାର୍ଥୀଙ୍କ ଭଳି ଜୀବନଯାପନ କରୁଛନ୍ତି। ସେମାନଙ୍କୁ କ’ଣ ନାଗରିକ କରିବା ଅନୁଚିତ? କଂଗ୍ରେସ କହୁଛି ଆମେ ମୁସଲମାନ ବିରୋଧୀ… ଆମେ ନାଗରିକତା (ସଂଶୋଧନ) ବିଧେୟକ ଆଗତ କଲୁ ଓ ସେମାନେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ହିଂସାକାଣ୍ଡ ଆରମ୍ଭ କଲେ।

 

ସମ୍ବନ୍ଧିତ ଖବର