ଏନଡିଏକୁ ଫେରିବେ ଉଦ୍ଧବ ? ଫଡନବୀସଙ୍କ ସହ ରୁଦ୍ଧଦ୍ବାର ବୈଠକ ନେଇ ଚର୍ଚ୍ଚା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏହା ପରେ ରାଜ୍ୟ ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଉଠିଛି ।

nda

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏହା ପରେ ରାଜ୍ୟ ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଉଠିଛି । ଉଦ୍ଧବ ପୁଣି ଏନଡିଏକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି ।

ଏହି ବୈଠକ ମହାରାଷ୍ଟ୍ର ବିଧାନ ପରିଷଦ ସଭାପତି ରାମ ସିନ୍ଦେଙ୍କ ଚାମ୍ବରରେ ହୋଇଥିଲା। ଦୁଇ ନେତାଙ୍କ ବ୍ୟତୀତ ଅନ୍ୟ କେହି କୋଠରୀରେ ଉପସ୍ଥିତ ନଥିଲେ। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଫଡନବୀସ ଏବଂ ଉଦ୍ଧବ ଠାକରେ ପ୍ରାୟ ୧୦ ମିନିଟ୍ ପାଇଁ ରୁଦ୍ଧଦ୍ୱାରରେ ଆଲୋଚନା କରିଥିଲେ। ତଥାପି, ଏହି ବୈଠକରେ ଆଲୋଚନାର ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ଅବସରରେ ଉଦ୍ଧବଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ପୁସ୍ତକ ପ୍ରଦାନ କରିଥିଲେ । ଏଥିରେ ମରାଠୀ ଓ ହିନ୍ଦୀଭାଷାର ଅନିର୍ବାର୍ଯ୍ୟତା ସଂପର୍କରେ ବିଭିନ୍ନ ଲେଖକଙ୍କ ଦ୍ବାରା ପ୍ରକାଶିତ ପ୍ରବନ୍ଦ ସଂକଳିତ ହୋଇଛି ।

ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଫଡନବୀସ ଏବଂ ଉଦ୍ଧବ ଠାକରେ ପ୍ରାୟ ୧୦ ମିନିଟ୍ ପାଇଁ ରୁଦ୍ଧଦ୍ୱାରରେ ଆଲୋଚନା କରିଥିଲେ। ତଥାପି, ଏହି ବୈଠକରେ ଆଲୋଚନାର ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ପଦବୀ ଏପର୍ଯ୍ୟନ୍ତ ଖାଲି ରହିଛି । ଏହି ପରିପ୍ରେକ୍ଷୀରେ, ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। ଏହି ଅବସରରେ ଠାକରେଙ୍କ ଶିବସେନାର କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe