ନୂଆଦିଲ୍ଲୀ : ଇରାନ ପରେ ରୁଷ ଉପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗ୍ରହଣ କରୁନଥିବାରୁ ସେ କ୍ଷୁବଧ ହୋଇଉଠିଛନ୍ତି । ଫଳରେ ସେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇବା ଆରମ୍ଭ କରିଦେଇଛନ୍ତି ।

Advertisment

ଆମେରିକାର ଏହି ପଦକ୍ଷେପ ପୁଟିନ୍ ଉପରେ ଟ୍ରମ୍ପଙ୍କ କ୍ରୋଧକୁ ପ୍ରତିଫଳିତ କରୁଛି। ଆଶଙ୍କା  କରାଯାଉଛି ଯେ ଟ୍ରମ୍ପ୍ ପୁଟିନଙ୍କ ଉପରେ ଏତେ କ୍ରୋଧିତ ଯେ ଆବଶ୍ୟକ ହେଲେ ସେ ଇରାନ ପରି ସିଧାସଳଖ ରୁଷ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହୋଇପାରନ୍ତି ।

ଟ୍ରମ୍ପ୍ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରେ ୟୁକ୍ରେନକୁ ଅସ୍ତ୍ର ଦେବାକୁ ମନା କରିଦେଇଥିଲେ। ଏହା ଆମେରିକାର ଯୁଦ୍ଧ ନୁହେଁ ବୋଲି ସେ କହୁଥିଲେ । ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପ ପୁଟିନଙ୍କୁ ପ୍ରବର୍ତ୍ତାଇଥିଲେ । ଏହା ସତ୍ତ୍ବେ ପୁଟିନ ଯୁଦ୍ଧ ଜାରି ରଖିଥିବାରୁ ଟ୍ରମ୍ପ ଅସନ୍ତୁଷ୍ଟ ଅଛନ୍ତି । 

ଆମେରିକା ଗତମାସରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଅଂଶଗ୍ରହଣ କରିଥିଲା ଏବଂ ଇରାନର ପରମାଣୁ ସ୍ଥାନଗୁଡ଼ିକ ଉପରେ ବଙ୍କର ବଷ୍ଟର ବୋମା ପକାଇଥିଲା। ପରେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ମଧ୍ୟ ହୋଇଥିଲା।