ୟାସିନ ମଲ୍ଲିକଙ୍କୁ ଫାଶୀ ହେବ କି? ଆଜୀବନ କାରାଦଣ୍ଡ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏନଆଇଏ

ନୂଆଦିଲ୍ଲୀ: ଆତଙ୍କବାଦୀ ୟାସିନ୍ ମଲ୍ଲିକକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡରେ ସନ୍ତୁଷ୍ଟ ନାହିଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) । ତାକୁ ଫାଶୀ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏନଆଇଏ । ଏନଆଇଏ ଆରମ୍ଭରୁ ୟାସିନ ମଲ୍ଲିକଙ୍କୁ ଫାଶୀ ଦେବାକୁ ଚାହୁଁଥିଲା, କିନ୍ତୁ ନିମ୍ନ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଯାହା ପରେ ଏନଆଇଏ ଏବେ ହାଇକୋର୍ଟରେ ପହଞ୍ଚିଛି ।

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଏନଆଇଏ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏନଆଇଏ ନିମ୍ନ ଅଦାଲତରେ ୟାସିନ ମଲ୍ଲିକ ପାଇଁ ମୃତ୍ୟୁଦଣ୍ଡ ପାଇଁ ଆବେଦନ କରିଥିଲା, କିନ୍ତୁ ଅଦାଲତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ ତଲୱନ୍ତ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏନଆଇଏର ଆବେଦନର ଶୁଣାଣି କରିବେ ।

ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) ମୁଖ୍ୟ ୟାସିନ ମଲ୍ଲିକକୁ ଦିଲ୍ଲୀର ଏକ ଅଦାଲତ ୨୦୨୨ ମେ ମାସରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୟାସିନ୍ ଏହି ଦଣ୍ଡାଦେଶକୁ ବିରୋଧ କରିନଥିଲା ଓ ନିଜର ଦୋଷ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର