ନୂଆଦିଲ୍ଲୀ: ଯୋଗୀ ହେବେ କି ଭାରତର ଆଗାମୀର ପ୍ରଧାନମନ୍ତ୍ରୀ ? ମୋଦୀଙ୍କ ପରେ ଯୋଗୀ ସମ୍ଭାଳିବେ କି ପ୍ରଧାନମନ୍ତ୍ରୀ ପଦର ଦାୟିତ୍ବ ? ପ୍ରଧାନମନ୍ତ୍ରୀ ପଦ ଛାଡିବେ କି ମୋଦୀ ? ଯୋଗୀଙ୍କୁ ‘ଉପଯୋଗୀ’ କହୁଥିବା ମୋଦୀ ନିଜ ଆସନ ଦେଇଦେବେ କି ? ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ଯୋଗୀ ହୋଇପାରନ୍ତି ବୋଲି ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କହିଛନ୍ତି, ମତେ ଆଗାମୀ ଦିନର ଦେଶର ପ୍ରଧାନମନ୍ତ୍ରୀ ନେଇ ଆକଳନ ବନ୍ଦ କରନ୍ତୁ ଏବଂ ରାଜନୀତି ମୋ ପାଇଁ ପୂର୍ଣ୍ଣକାଳୀନ ଏ ଚାକିରି ନୁହେଁ...

Advertisment

Will Yogi Adityanath Be PM In Future? He Says "Politics Not My Full-Time Job"

ତେବେ ଲଗାତାର ତିନିଥର ହେଲାଣି ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦୀ । ୨୦୧୪, ୨୦୧୯ ଏବଂ ୨୦୨୪ରେ ଭଲ ମାର୍ଜିନରେ ବିଜୟ ହୋଇଛି ଏନଡିଏ । ହେଲେ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଓ ଯୋଗୀ ଏହି ପଦରେ ବସିବେ । ଏନେଇ ବିଜେପି ପକ୍ଷରୁ କୈଣସି ପ୍ରତିକ୍ରିୟା ଆସିନଥିବା ବେଳେ ଚର୍ଚ୍ଚା କିନ୍ତୁ ଜୋର ହେଉଛି । 

ଖାଲି କଣ ରାଜନୀତିରେ ଚର୍ଚ୍ଚା ବରଂ ଅନେକ ଜ୍ୟୋତିର୍ବିଦ୍ଦ ମଧ୍ୟ ସମାନ କଥା ଭବିଷ୍ୟବାଣୀ କରୁଛନ୍ତି କି ଆଗାମୀ ଦିନରେ ମୋଦୀ ପିଏମ ପଦ ଛାଡ଼ିବେ ବୋଲି । ତେଣୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଜୋର ।

ପଦ ଛାଡ଼ିବା ନେଇ ଚର୍ଚ୍ଚା ବଢିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ଏକ ସାକ୍ଷାତକାରରେ ପିଟିଆଇକୁ କହିଛନ୍ତି, ରାଜନୀତିକୁ ସେ ତାଙ୍କର ପୂର୍ଣ୍ଣକାଳୀନ ଚାକିରି ବୋଲି ବିବେଚନା କରନ୍ତି ନାହିଁ । ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବରେ ତାଙ୍କୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କ ଭାବନା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ରାଜନୀତିରେ କେତେବେଳେ କଣ ହେବ କହିବା ମୁସ୍କିଲ । ହେଲେ ଏମିତି ପରିକଳ୍ପନା କରିବା କୌଣସି ପ୍ରୟୋଜନ ବର୍ତ୍ତମାନ ନାହିଁ । ଦଳ ମତେ ୟୁପିର ଦାୟିତ୍ବ ଦେଇଛି । ଏଠାକାର ଜନତାଙ୍କ ସେବା କରିବାରେ ମତେ ଆନନ୍ଦ ମିଳୁଛି । ରାଜନୀତିରେ ଯିଏ ଥରେ ଆସିଛି ତାହାର ମାନେ ନୁହେଁ ସବୁଦିନ ସେ ହିଁ କ୍ଷମତାରେ ରହିବେ । କାରଣ ଏହା ଚାକିରି ନୁହେଁ ଯେ ଅବସର ସୀମା  ନିର୍ଦ୍ଧାରଣ ହେବ ବୋଲି ଯୋଗୀ କହିଥିବା ବେଳେ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ ସେନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । 

କାହିଁକି ଚର୍ଚ୍ଚାରେ ଯୋଗୀଙ୍କ ନାଁ ?

ଭାରତରେ ଆମେ ସମସ୍ତେ ଜାଣନ୍ତି ସର୍ବାଧିକ ହିନ୍ଦୁମାନେ ହିଁ ରୁହନ୍ତି । ଅନେକ ସମୟରେ ଯୋଗୀ ହିନ୍ଦୁଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତାଙ୍କର ବିଚାରଧାରା ଦେଖିଲେ ସ୍ପଷ୍ଟ ଜଣାଯାଏ ଯେ ସେ କେମିତି ଭାରତ ମାତାକୁ ଭଲପାଆନ୍ତି । ଖାଲି ଏତିକି ନୁହେଁ ବରଂ ଯୋଗୀଙ୍କୁ ଆଗାମୀ ଦିନରେ ପିଏମ କରାଯିବ ବୋଲି ସୋସିଆଲ ମିଡିଆରେ ବି ଚର୍ଚ୍ଚା ଚାଲେ । ତେଣୁ ଏବେ ସେହି ଚର୍ଚ୍ଚା ଆହୁରି ବଢୁଛି ।