ଚଣ୍ଡିଗଡ଼: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବା ନେଇ ଜାରି ରହିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରି ଅଲ ଇଣ୍ଡିଆ କଂଗ୍ରେସ କମିଟିର ମହାସଚିବ ତଥା ସିର୍ସା ସାଂସଦ କୁମାରୀ ଶୈଲଜା ସୋମବାର କହିଛନ୍ତି ଯେ ସେ କଂଗ୍ରେସ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ଅକ୍ଟୋବର ୫ରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ​ଶୀଘ୍ର ଦଳ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ।

Advertisment

ନିଜର ରାଜନୈତିକ ଯାତ୍ରା ପାଇଁ କଂଗ୍ରେସକୁ ଶ୍ରେୟ ଦେଇ ସେ କହିଛନ୍ତି ଯେ ମୁଁ ଆଜି ଯାହା ବି ହୋଇଛି ତାହା କେବଳ କଂଗ୍ରେସ ଯୋଗୁ।  ମୁଁ କଂଗ୍ରେସ ପାଇଁ ଜୀବନସାରା ସେବା କରିବି।

ବିଜେପି ନେତାଙ୍କୁ ସମାଲୋଚନା କରି ସେ କହିଛନ୍ତି ମୁଁ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା କରୁଛନ୍ତି, ଆପଣମାନେ କଂଗ୍ରେସରେ ଯୋଗଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। 

ସୂଚନାଯୋଗୃ, ହରିୟାଣାରେ ଏକ ଜନ ସମାବେଶରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୁମାରୀ ‌ଶୈଲଜାଙ୍କ ସମେତ ଅନ୍ୟ ଦଳୀୟ ନେତାଙ୍କୁ କଂଗ୍ରେସ ଅସମ୍ମାନ କରିଛି ବୋଲି ଅଭିଯୋଗ କରିଥିଲେ। 

ଏହାପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୈଲଜା ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନାର କାରଣ ସାଜିଥିଲେ। ସେ କହିଥିଲେ ଯେ କଂଗ୍ରେସ ଶୈଲଜାଙ୍କୁ ଅପମାନିତ କରିଛି। ତେବେ ବିଜେପିର ଦ୍ବାରା ସବୁବେଳେ ଖୋଲା। ଶୈଲଜା ଚାହିଁଲେ ବିଜେପିରେ ଯୋଗ ଦେଇପାରିବେ।

 ତେବେ ଦଳ ପରିବର୍ତ୍ତନ କରିବାର କୌଣସି ଯୋଜନାକୁ ଶୈଲଜା ସ୍ପଷ୍ଟ ଭାବେ ଅସ୍ୱୀକାର କରି କଂଗ୍ରେସ ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ନିଶ୍ଚିତ କରିଛନ୍ତି।