ମୁମ୍ବାଇ: କୋଭିଡ-୧୯ ଲକ୍ଡାଉନ ଅବସରରେ ବନ୍ଦ ହୋଇ ପଡ଼ିଥିବା ମଦ ଦୋକାନଗୁଡ଼ିକୁ ତୁରନ୍ତ ଖୋଲିବାକୁ ଏମ୍ଏନ୍ଏସ୍ ସଭାପତି ରାଜ୍ ଥାକ୍ରେ ଦାବି କରିଛନ୍ତି। ତେବେ ରାଜ୍ ଥାକ୍ରେଙ୍କ ଏଭଳି ଦାବିକୁ ଶିବସେନା କଟାକ୍ଷ କରିଛି। ଶିବସେନା କହିଛି, ରାଜ୍ ଥାକ୍ରେଙ୍କ ପାଇଁ ଭାତ ଓ ମଦ ସମାନ ଭଳି। ମଦ ଦୋକାନ ଖୋଲିଲେ ରାଜ୍ୟର ରାଜସ୍ବ ବୃଦ୍ଧି ହେବ ଏବଂ ଏହା ଉପରେ ବହୁ ଲୋକଙ୍କ ଜୀବନଜୀବିକା ନିର୍ଭର କରୁଛି ବୋଲି ଏମ୍ଏନ୍ଏସ୍ ସଭାପତି ରାଜ୍ ଥାକ୍ରେ ଯୁକ୍ତି ବାଢିଛନ୍ତି। ତେବେ ଶିବସେନା ମୁଖପତ୍ର 'ସାମ୍ନା'ର ସମ୍ପାଦକୀୟରେ ରାଜ୍ ଥାକ୍ରେଙ୍କ ଏଭଳି ଅଜବ ଯୁକ୍ତିକୁ କଡ଼ା ସମାଲୋଚନା କରାଯାଇଛି। ଶିବସେନା କହିଛି, ଲକ୍ଡାଉନ ସମୟରେ ସାରା ଦେଶରେ ମଦ ଫ୍ୟାକ୍ଟ୍ରି ବନ୍ଦ ଥିବାବେଳେ ଦୋକାନ କିଭଳି ଖୋଲିବ ଏହି ସାଧାରଣ କଥା କ'ଣ ରାଜ୍ ଜାଣି ପାରୁନାହାନ୍ତି। ରାଜ୍ଙ୍କୁ ମହାରାଷ୍ଟ୍ରର ରାଜସ୍ବ ଚିନ୍ତା କାହିଁକି ଘାରୁଛି ବୋଲି ଶିବସେନା ପ୍ରଶ୍ନ କରିଛି। ଏହି ପରିପ୍ରେକ୍ଷୀରେ ଶିବସେନା ପକ୍ଷରୁ କୁହାଯାଇଛି, ରାଜ୍ ଥାକ୍ରେଙ୍କ ପାଇଁ ଉଭୟ ଭାତ ଓ ମଦ ସମାନ।
ମଦ ଓ ଭାତ ରାଜ୍ଙ୍କ ପାଇଁ ସମାନ: ଶିବସେନା
/sambad/media/post_attachments/wp-content/uploads/2019/10/siva-sena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)