ଆସନ୍ତାକାଲିଠାରୁ ମହଙ୍ଗା ହେବ ମଦ, ସରକାର ଲାଗୁକଲେ ଶତପ୍ରତିଶତ କୃଷି ଭିତ୍ତଭୂମି ସେସ୍

ନୂଆଦିଲ୍ଲୀ : ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତିମାନଙ୍କ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଖୁସୀ ଖବର ଆଣିନାହିଁ। କାରଣ ବଜେଟ୍ ବ୍ୟବସ୍ଥା ଅନୁସାରେ ଆସନ୍ତାକାଲିଠାରୁ ମଦ ମହଙ୍ଗା ହେବ। ୨୦୨୧-୨୨ କେନ୍ଦ୍ର ବଜେଟରେ ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ସେତିକି ନୁହେଁ, କୃଷି ଭିତ୍ତିଭୂମି ବିକଶିତ କରିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏଥିଲାଗି ବ୍ୟୟବରାଦ ଅଧିକ ଥିବାରୁ କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରେ ସେସ୍ ଲାଗୁ କରିଛନ୍ତି। ପେଟ୍ରୋଲ ଡିଜେଲ୍ ବ୍ୟତିରେକେ ଅନ୍ୟ କେତେକ ସାମଗ୍ରୀ ଉପରେ କୃଷି ସେସ୍ ଲାଗୁ କରାଯାଇଛି। ଏହା ଆସନ୍ତାକାଲି ଅର୍ଥାତ ଫେବ୍ରୁଆରି ୨ରୁ କାର୍ଯ୍ୟକାରୀ ହେବ।

ଏହି କ୍ରମରେ କାଲିଠୁ ଦେଶରେ ମଦ ମହଙ୍ଗା ହେବ । ନିଶା ପାନୀୟ ଉପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁ କରିଛନ୍ତି । ଫଳରେ ଏହାର ଦର ବଢ଼ିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ଏହାସହ ବିଦେଶୀ ମୋବାଇଲ୍, ମୋବାଇଲ୍ ଉପକରଣ,ବିଦେଶରୁ ଆସୁଥିବା କପଡା , ବିଦେଶୀ ଅଟୋ ପାର୍ଟସ, ବିଦ୍ୟୁତ ଉପକରଣ,ସୋଲାର ଇନଭର୍ଟର, ବିଦେଶୀ ଖାଦ୍ୟ ଆଦି ସାମଗ୍ରୀର ଦାମ ବଢିବ । ସେହିପରି ନୂଆ ବଜେଟରେ ସୁନା, ରୁପା, ଲୁହା , ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ ଆଦି ଶସ୍ତା ହେବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର