ପାକ୍‌ ବିମାନକୁ ଗୁଳି କରି ଗଳାଇ ଦେଇଥିବା ସାହସୀ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ଵାର୍ଡନକୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପକ୍ଷରୁ ହେଉଥିବା ଆକ୍ରମଣକୁ ପଣ୍ଡ କରିଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ଵାର୍ଡନକୁ ବାୟୁସେନା ଦିବସ ଅବସରରେ ସମ୍ମାନିତ କରାଯିବ। ଏୟାର୍‌ ଚିଫ୍‌ ମାର୍ସଲ ଆର୍‌କେଏସ୍‌ ଭଦୌରିଆ ବାୟୁସେନାର ୮୭ତମ ଜୟନ୍ତୀ ପାଳନ ଅବସରେ ଏହି ସମ୍ମାନ ପ୍ରଦାନ କରିବେ। ଏହି ଅବସରରେ ସ୍କ୍ଵାର୍ଡନ ଲିଡର୍‌ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ବାଲାକୋଟ ଆକ୍ରମଣକୁ ସଫଳ କରିଥିବା ହେତୁ ପୁରସ୍କୃତ କରାଯିବ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ଆକ୍ରମଣ ଘଟାଇଥିବାରୁ ୪୦ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ଠିକ୍‌ ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କବାଦୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା। ଏହି ପାଲଟା ଯବାବରେ ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ।

NewsroomPost

ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ପାକିସ୍ତାନ ତା’ପରଦିନ ଭାରତୀୟ ସୀମାନେ ପଶିବାକୁ ଚେଷ୍ଟା କରିଥିବା ବେଳେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ମିଗ୍‌-୨୧ ଯୁଦ୍ଧ ବିମାନ ନେଇ ପାକିସ୍ତାନର ଏଫ୍‌-୧୬ ବିମାନକୁ ଗୁଳି କରି ପାକ୍‌ ନିୟନ୍ତ୍ରଣ ସୀମାରେ ଗଳାଇ ଦେଇଥିଲେ।

ସମ୍ବନ୍ଧିତ ଖବର