ନୂଆଦିଲ୍ଲୀ: ଆସୁଥିବା ମାଲୟାଲମ୍ ଚଳଚ୍ଚିତ୍ର ‘ଓରୁ ଅଦାର ଲଭ୍’ର ଏକ ଗୀତରେ ଥିବା ଜନପ୍ରିୟ ଆଖିମରା ଦୃଶ୍ୟ ବିରୋଧରେ ସୁପ୍ରିମ୍ କୋର୍ଟରେ ପୁଣି ଥରେ ଆବେଦନ କରାଯାଇଛି। ଏଥିରେ କୁହାଯାଇଛି କି, ଆଖି ମାରିବା ଇସ୍ଲାମ୍ର ବିରୁଦ୍ଧାଚରଣ କରେ।
ହାଇଦ୍ରାବାଦର ଦୁଇଟି ପକ୍ଷଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ଏହି ଆବେଦନରେ ପବିତ୍ର କୁର୍-ଆନ୍ ଶାରିଦର ପଙ୍କ୍ତି ଉଦ୍ଧାର କରାଯାଇଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଆଖିମରା ଗୀତ ବିରୋଧରେ ଆଗତ କରାଯାଇଥିବା ସମସ୍ତ ଆବେଦନକୁ ଖାରଜ କରିବାକୁ ପ୍ରିୟା ପ୍ରକାଶ କରିଥିବା ଆବେଦନର ଚୂଡ଼ାନ୍ତ ରାୟ ଶୁଣାଇବା ପୂର୍ବରୁ ଏହି ସଦ୍ୟ ଆବେଦନର ଶୁଣାଣି କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ଏହି ଗୀତ ଏବଂ ଚଳଚ୍ଚିତ୍ର ବିରୋଧରେ ଦାୟର କରାଯାଇଥିବା ସମସ୍ତ ଏତଲା ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଥିଲେ।
/sambad/media/post_attachments/wp-content/uploads/2018/04/891c790a-1703-11e8-a4d7-7f47b8de9439-300x169.jpg)
ପ୍ରିୟାଙ୍କ ବିରୋଧରେ ଆଗତ ଦ୍ୱିତୀୟ ସଦ୍ୟ ଆବେଦନରେ ସମୃଦ୍ଧ ମୁସ୍ଲିମ୍ ସଂସ୍କୃତି ଏବଂ ମୂଲ୍ୟବୋଧ କଥା ଉଲ୍ଲେଖ କରାଯାଇଛି।
ଏଥିରେ କେତେକ ନିର୍ଦ୍ଦିଷ୍ଟ ଚିତ୍ରଣ ଉପରେ ଆପତ୍ତି ଉଠାଯାଇଛି। ଏହାଦ୍ୱାରା ସେ ପବିତ୍ର ଗୀତଟିକୁ ଅସମ୍ମାନ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/pp-1.jpg)