ଜେଜେମା’ ଓ ବାପଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

ନୂଆଦିଲ୍ଲୀ: ଗତକାଲି ଅର୍ଥ‌ାତ ଜୁନ ୪ ତାରିଖରେ ମତଗଣନାରେ  ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନ‌ରେ ରାହୁଲ ବିପୁଳ ଭୋଟ୍‌ରେ ବିଜୟୀ ‌ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥନକଙ୍କ ମଧ୍ୟରେ ଉତ୍ସ‌ାହ ଭରି ଯାଇଥିଲା।

ଏଥିସହିତ ରାହୁଲଙ୍କୁ ନେଇ ଆଉ ଏକ ବଡ଼ ଖବର ବି ସାମ୍ନାକୁ ଆସିଛି। କୁହାଯାଉଛି ରାହୁଲ ଗାନ୍ଧି ଜେଜେମା’ ଇନ୍ଧିରା ଗାନ୍ଧି ଓ ବ‌ାପା ରାଜୀବ ଗାନ୍ଧିଙ୍କ ନିର୍ବାଚନ ଜିତିବାର ରେକର୍ଡ ଭାଙ୍ଗି ଦେଇଛନ୍ତି। ସେହିପରି ମା’ ସୋନିଆ ଛଅଥର ସାଂସଦର ନିର୍ବାଚନ ଜିତିଥିଲେ। ଏହି କ୍ରମରେ ରାହୁଲ ଗାନ୍ଧି ଚଳିତ ଥର ନିର୍ବାଚନକୁ ମିଶାଇଲେ  ୬ଟି ଲୋକସଭାରେ ନିର୍ବାଚନ ଜିତିବାର ‌ରେକର୍ଡ କରିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ରାହୁଲ, ମା’, ଜେଜେମା’ ଓ ବାପାଙ୍କ ତୁଳନାରେ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ହୋଇଯାଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୬୭, ୧୯୭୧ ଏବଂ ୧୯୮୦ରେ ରାୟବରେଲି ଆସନରୁ ଜିତି ଦିଲ୍ଲୀରେ ପହଞ୍ଚିଥିବାବେଳେ ରାହୁଲଙ୍କ  ବାପା ରାଜୀବ ଗାନ୍ଧୀ ୧୯୮୧ ରୁ ୧୯୯୧ ମଧ୍ୟରେ ଚାରିଥର ଆମେଠି ସଂସଦୀୟ ଆସନରୁ ନିର୍ବାଚନରେ ​​ଜିତିଥିଲେ।

ସୋନିଆ ଗାନ୍ଧୀ ୨୦୦୬ ଉପ-ନିର୍ବାଚନକୁ ମିଶାଇଲେ ​​ରାୟବରେଲି ଆସନରେ ୬ଥର ସାଂସଦ ହୋଇଥିଲେ। ୨୦୨୪ରେ ରାଜ୍ୟସଭାରେ ଯୋଗଦେବା ପରେ ସୋନିଆ ତାଙ୍କ ଉତ୍ତରାଧିକାରୀଙ୍କୁ ଅର୍ଥାତ ପୁଅ ରାହୁଲଙ୍କୁ ଦାୟିତ୍ବ ଦେଇ ଦେଇଥିଲେ।

ରାହୁଲ ଗାନ୍ଧୀ ୨୦୦୪ରେ ଆମେଠିରୁ ପ୍ରଥମ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାପରେ ସେ ୨୦୦୯ ଏବଂ ୨୦୧୪ ରେ ଆମେଠିରୁ ସାଂସଦ ହୋଇଥିଲେ। ୨୦୨୯ରେ ଆମେଠିରୁ ହାରିଥିବା ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରେ ଜିତିଥିଲେ। ଚାରିଟି ଲୋକସଭା ନିର୍ବାଚନରେ ​​ଜିତିଥିବା ରାହୁଲ ଗାନ୍ଧୀ ୨୦୨୪ରେ ରାୟବରେଲି ଏବଂ ୱାୟନାଡ ଆସନ ଉଭୟରେ ଜିତି ରେକର୍ଡ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର