ଲାହୋର: ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର  ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଉଛି।  ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୬ ୱିକେଟ ହରାଇ ୩୬୨ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୩୬୩ ରନ୍ ରହିଛି।

Advertisment

ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ୱିଲ୍ ୟଙ୍ଗ୍ ୨୧ ରନ୍ କରିଥିବାବେଳେ ରଚିନ ରବିନ୍ଦ୍ର ୧୦୮ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୦୨ ରନ୍, ଡାରେଲ ମିଚେଲ୍ ୪୯ ରନ୍, ଗ୍ଲେନ୍ ଫିଲିପ୍ ୪୯ ରନ୍, ମିଚେଲ ବ୍ରାସୱେଲ ୧୬ ରନ୍ କରିଥି‌ଲେ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନାଗିଡି  ୩ଟି ୱିକେଟ ନେଇଥିବାବ‌େଳେ କାଗିସୋ  ରାବାଡ଼ା ୨ ୱିକେଟ ନେଇଥିଲେ। ସେହିପରି ୱାନ ମୁଲଡର ଗୋଟିଏ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର