ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ତୃତୀୟ ଟି-୨୦ ମ୍ୟାଚ୍ ବୁଧବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଖେଳାଯାଉଛି।
ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୪ ୱିକେଟ ହରାଇ ୧୮୨ ରନ୍ କରିଛି। ଫଳରେ ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଛି।
A captain's knock from @ShubmanGill 👏#SonySportsNetwork#ZIMvIND#TeamIndiapic.twitter.com/3TBFEgNFrt
— Sony Sports Network (@SonySportsNetwk) July 10, 2024
ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୩୬ ରନ୍ କରିଥିବାବେଳେ ଶୁଭମାନ ଗିଲ ରନ୍ ୬୬ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୦ , ଋତୁରାଜ ଗାଇକୱାଡ ୪୯ , ସଞ୍ଜୁ ସାମସନ ୧୨ ଏବଂ ରିଙ୍କୁ ସିଂ ୧ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/8-6.jpg)