ନଭେମ୍ବର ୧୮ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ନଭେମ୍ବର ୧୮ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେ‌ାଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଛି। ଆସନ୍ତା ଶୀତ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ ହେବାକୁ ଥିବାବେଳେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଅଧ୍ୟାଦେଶ ଆଇନ୍‌ରେ ପରିଣତ ହେବ। ସେହି ଅଧ୍ୟାଦେଶ ଦୁଇଟି ହେଲା କର୍ପୋରେଟ୍‌ ଟିକସ ହ୍ରାସ ଓ ଇ-ସିଗାରେଟ୍‌ର ଉତ୍ପାଦନ ଓ ବିକ୍ରୟକୁ ବନ୍ଦ କରିବା। ଏଥିସହିତ ଶୀତ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବ ବୋଲି ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.