ଡିସେମ୍ବର ୧୫ରୁ ଆରମ୍ଭ ହେବ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୫ ତାରିଖ ଯାଏଁ ଚାଲିବ।
ଏହି ଅଧିବେଶନରେ ୧୪ ବୈଠକ ବସିବ। ଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ପାର୍ଲାମେଣ୍ଟ୍‌ର ସବୁଠୁ ଛୋଟ ଅଧିବେଶନ। ୨୦୧୩ ମସିହାର ଶୀତକାଳୀନ ଅଧିବେଶନ ଥିଲା ସବୁଠୁ ଛୋଟ। ଏଥିରେ ୧୧ଟି ବୈଠକ ବସିଥିଲା।

ଏଥର ପାର୍ଲାମେଣ୍ଟ୍‌ ଅଧିବେଶନ ସମୟ ନିର୍ଘଣ୍ଟ ଯୋଗୁଁ କେତେକ ସାଂସଦଙ୍କର ବଡ଼ଦିନ ଛୁଟିରେ ବିଭ୍ରାଟ ଘଟି ପାରେ। ବଡ଼ଦିନ ପାଇଁ ପାର୍ଲାମେଣ୍ଟ୍‌ ୪ ଦିନ ଛୁଟି ରହିବ। ଡିସେମ୍ବର ୨୩-୨୬ ଯାଏଁ ଛୁଟି ଘୋଷଣା କରାଯାଇଛି। ତା’ଛଡ଼ା ଡିସେମ୍ବର ୩୦ ଏବଂ ୩୧ ତାରିଖ ଦିନ ଗୋଟିଏ ସପ୍ତାହନ୍ତ ଛୁଟି ରହିବ। ଅର୍ଥାତ୍‌ ଜାନୁଆରି ପହିଲା ଦିନ ମଧ୍ୟ ପାର୍ଲାମେଣ୍ଟ୍‌ ଅଧିବେଶନ ଚାଲିବ।

ସମ୍ବନ୍ଧିତ ଖବର