ନୂଆଦିଲ୍ଲୀ: ଆମେରିକାର ସଡ଼କ ଦୁର୍ଘଟଣାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟରେ ଅନେକ ଗାଡି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ଓିସକାନ୍ସିନର ଜାତୀୟ ରାଜପଥ ୯୪ର ୩୪ ମିଲକୁ ବନ୍ଦ କରି ଦିଆଯାଇଛି।
କାରଣ ଏହି ଜାତୀୟ ରାଜପଥରେ ବରଫ ଜମା ହେବା କାରଣରୁ ପରସ୍ପର ମଧ୍ୟରେ ୧୨ରୁ ଊର୍ଧ୍ବ ଗାଡ଼ି ଧକ୍କା ହୋଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ। ଯେଉଁମାନେ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଚିକିତ୍ସା ପରେ ସେମାନେ ବିପଦମୁକ୍ତ ଅଛନ୍ତି।
EAU CLAIRE POST- Icy conditions along I-94 in Jackson, Eau Claire, and Dunn Counties. Check @511WI for latest travel conditions.
Freezing rain caused icy / hazardous road conditions this morning. WSP is investigating a number of crashes/run-offs between mile markers 97-37. pic.twitter.com/G84j1ZFmR4
— WI State Patrol (@wistatepatrol) December 23, 2021
ଅଧିକାରୀମାନେ କହିଛନ୍ତି ଯେ ମେନୋମୋନି ଏବଂ ବ୍ଲାକ୍ ରିଭର ଫାଲ୍ସ ମଧ୍ୟରେ ତୁଷାରପାତ ହେତୁ ରାସ୍ତା ଖସଡ଼ା ହୋଇଯାଇଛି। ରାଜ୍ୟ ପୁଲିସର କହିବାନୁସାରେ, ଘଟଣାସ୍ଥଳରେ ପ୍ରାୟ ତିନି ଡର୍ଜନ ଗାଡି ଧକ୍କା ହୋଇଥିଲା। କିନ୍ତୁ କିଛି ରିପୋର୍ଟ ଅନୁଯାୟୀ ପ୍ରାୟ ୧୦୦ ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।