ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା, ଦେଶବ୍ୟାପୀ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ଜୀବନ କାମନା କରି ବିଜେପି ପକ୍ଷରୁ ଦେଶବ୍ୟାପୀ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଞ୍ଜାବ ଗସ୍ତରେ ଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ହୋଇଥିଲା। ଶ୍ରୀ ମୋଦୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଜେପି ଆଶଙ୍କା କରିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀସ୍ଥିତ ଝଣ୍ଡେୱାଲାନ୍‌ ଦେବୀଙ୍କ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନାର ଶୁଭାରମ୍ଭ କରିଛନ୍ତି। ଅପରପକ୍ଷେ, ସନ୍ଧ୍ୟାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୯୩୦ ଜିଲ୍ଲାରେ ମହମବତି ରାଲିର ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତରୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ଦୀର୍ଘାୟୁ କାମନା କରାଯାଇଛି।

ସମ୍ବନ୍ଧିତ ଖବର