ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୮,୬୩୫ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୬୬ ହଜାର ୨୪୫ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ଭାଇରସ୍ ହେତୁ ଦେଶରେ ପୁଣି ୯୪ ଜଣଙ୍କର ମୃତ୍ୟୁ ଘଟିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୪୮୬ରେ ପହଞ୍ଚିଛି। ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୧ ଲକ୍ଷ ୬୩ ହଜାର ୩୫୩ ଜଣ। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧ କୋଟି ୪ ଲକ୍ଷ ୪୮ ହଜାର ୪୦୬ ଜଣ।