ଦେଖନ୍ତୁ ଭିଡିଓ: ଜଗନ ସରକାର ଆନ୍ଧ୍ରକୁ ପଛକୁ ନେଉଛନ୍ତି କହି ‘ପଛୁଆ’ ଚାଲି ଚାଲି ବିଧାନସଭାକୁ ଯାଉଛନ୍ତି ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ସରକାର ରାଜ୍ୟର ଅବସ୍ଥା କ’ଣ କରୁଛନ୍ତି ଦର୍ଶାଇବାକୁ ଦଳର ବିଧାୟକମାନଙ୍କ ସହ ସୋମବାର ଦିନ ତେଲୁଗୁ ଦେଶମ୍‌ ପାର୍ଟିର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରବାବୁ ନାଇଡୁ ପଛୁଆ ଚାଲି ଚାଲି ବିଧାନସଭାକୁ ଯାଇଛନ୍ତି।

ଓ୍ଵାଇ ଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ଵାଇଏସ୍‌ଆର୍‌ସିପି ସରକାର ରାଜ୍ୟର ଉନ୍ନତି ନ କରି ଅବନତି କରୁଛନ୍ତି ବୋଲି ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନାଇଡୁ ଦୋଷାରୋପ କରିଛନ୍ତି।


ଦୁଇ ଦିନର ଅବକାଶ ପରେ ଷଷ୍ଠ ଦିନ ପୁଣି ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେବାକୁ ସେ ଏବଂ ତାଙ୍କ ଦଳର ବିଧାୟକ ଓ ବିଧାନ ପରିଷଦ୍‌ର ସଦସ୍ୟମାନେ ରାଜ୍ୟ ସଚିବାଳୟ ପରିସରରେ ଥିବା ଦମକଳ କେନ୍ଦ୍ର ଠାରୁ ଗୋଟାଏ ଶୋଭାଯାତ୍ରାରେ ପଛୁଆ ଚାଲି ଚାଲି ବିଧାନସଭା ପରିସରକୁ ଯାଇଥିଲେ।

ନାଇଡୁ କହିଛନ୍ତି: ପୂର୍ବର ଟିଡିପି ସରକାର ମଞ୍ଜୁର କରିଥିବା ସମସ୍ତ ଟେଣ୍ଡର୍‌କୁ ଓ୍ଵାଇ ଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ଵାଇଏସ୍‌ଆସି ସରକାର ରଦ୍ଦ କରିଛି। ଦୁଇ କୋଟି ଟଙ୍କାର ରାଜଧାନୀ ସହର ଅମରାବତୀକୁ ବାସ୍ତବରେ ହତ୍ୟା କରିଛି। ରାଜ୍ୟରେ ଏବେ ତୁଗଲକ ସରକାର ଓ ବାୟା ଶାସନ ଚାଲିଛି। ରାଜ୍ୟରେ ରାଜଧାନୀ ନାହିଁ ଏବଂ ରାଜ୍ୟରେ ଅର୍ଥ ବିନିଯୋଗ କରିବାକୁ କୌଣସି ଶିଳ୍ପପତି ଆଗେଇ ଆସୁ ନାହାନ୍ତି।

ସମ୍ବନ୍ଧିତ ଖବର