ନୂଆଦିଲ୍ଲୀ: ଦିଲ୍ଳୀ ଏବଂ ତାହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪-୪୮ ଘଣ୍ଟା ମଧ୍ୟରେ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ମୌସୁମୀ ବର୍ଷା ହେତୁ ଗରମରୁ ଏବେ ଲୋକଙ୍କୁ ତ୍ରାହି ମିଳିଛି।
ଆଗାମୀ ସାତ ଦିନ ମଧ୍ୟରେ ମୌସୁମୀ ପୂର୍ବରୁ ପବନ ବଦଳିବାର ସମ୍ଭାବନା ରହିଛି। ଭାରତରେ ମୌସୁମୀ ବର୍ଷା ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଯାଇଥିବା ବେଳେ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ଭଲ ବର୍ଷା ଦେଖିବାକୁ ମିଳିଛି।
ଚଳିତବର୍ଷ ବତ୍ତର୍ମାନ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ମୁଖ୍ୟତଃ ବର୍ଷାଜଳ ଉପରେ ଚାଷ ନିର୍ଭରଶୀଳ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ରିପୋର୍ଟ ଅନୁଯାୟୀ ଦକ୍ଷିଣର ମାତ୍ର ଅଳ୍ପ କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ଚଳିତ ଜୁନ୍ ୧ରୁ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି।
କିଛି ଉତ୍ତରପଶ୍ଚିମ ରାଜ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି। ମୌସୁମୀ ବର୍ଷା ସାଧାରଣତଃ ଦକ୍ଷିଣ ଭାରତରେ ପ୍ରାୟ ଜୁନ୍ ୧ରେ ଆରମ୍ଭ ହୁଏ ଏବଂ ଜୁଲାଇ ୮ ସୁଦ୍ଧା ଏହା ଦେଶବ୍ୟାପୀ ପହଞ୍ଚିଥାଏ। ଧାନ, ତୁଳା, ସୋୟାବିନ, ଆଖୁ ଭଳି ଗୁରୁତ୍ବପୂର୍ଣ୍ଣ ଫସଲ ଚାଷ ପାଇଁ ଭାରତକୁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ନିଅଣ୍ଟିଆ ବର୍ଷାଜଳ ଚାଷ ଉପରେ ବ୍ୟାପକ ପ୍ରଭାବ ପକାଇବ ଏବଂ ଏହାଦ୍ବାରା ଖାଦ୍ୟଶସ୍ୟ ଉତ୍ପାଦନ କମି ଦେଶର ଆର୍ଥିକ ବିକାଶରେ ବାଧା ଉପୁଜାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Untitled-90.jpg)