ପ୍ରଯୁକ୍ତିବିଦ୍ୟା ବଳରେ ସଂସ୍କୃତି ଭାବାବେଗକୁ ସ୍ୱାଭାବିକ କରୁଛି: ‘ମନ୍‌ କି ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା ବଳରେ ସଂସ୍କୃତି ଭାବାବେଗକୁ ସ୍ୱାଭାବିକ କରିପାରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୭୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ନମସ୍କାର ମୋର ପ୍ରିୟ ଦେଶବାସୀ! ‘ମନ୍‌ କି ବାତ୍‌’ ପ୍ରାରମ୍ଭରେ ମୁଁ ଆପଣମାନଙ୍କୁ ଏକ ସୁସମ୍ବାଦ ଜଣାଇବାକୁ ଚାହୁଁଛି। କାନଡାରୁ ଭାରତକୁ ଦେବୀ ଅନ୍ନପୂର୍ଣ୍ଣାଙ୍କର ଗୋଟିଏ ପ୍ରାଚୀନ ପ୍ରତିମା ଫେରାଇ ଅଣାଯାଇଥିବା କଥା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ପ୍ରାୟ ୧୦୦ ବର୍ଷ ପୂର୍ବେ ୧୯୧୩ ମସିହାରେ ଏହି ପ୍ରତିମାଟି ବାରାଣସୀର ଏକ ମନ୍ଦିରରୁ ଚୋରି ହୋଇ ଦେଶ ବାହାରକୁ ଚୋରା ଚାଲାଣ ହୋଇଥିଲା।

ଏଥର କରୋନାଭାଇରସ୍‌ ସଂକ୍ରମଣ ସତ୍ତ୍ୱେ ଅଭିନବ ଉପାୟରେ ଲୋକେ ‘ବିଶ୍ୱ ଐତିହ୍ୟ ସପ୍ତାହ’ ପାଳିଥିବା ଆମେ ଦେଖିଲେ। ପ୍ରଯୁକ୍ତିବିଦ୍ୟା ବଳରେ ସଂସ୍କୃତି ଭାବାବେଗ ସ୍ୱାଭାବିକ କରାଉଛି। ଆଜି ଦେଶର ଅନେକ ଯାଦୁଘର, ପାଠାଗାର ସେମାନଙ୍କ ସଂଗୃହିତ ସାମଗ୍ରୀ ସବୁକୁ ସମ୍ପୂର୍ଣ୍ଣ ଡିଜିଟାଲ୍‌ କରିବାରେ ଲାଗିଛନ୍ତି।

ଅଳ୍ପଦିନ ତଳେ ମୁଁ ଗୋଟାଏ କୌତୂହଳପ୍ରଦ ପ୍ରକଳ୍ପ ବିଷୟରେ ପଢ଼ିଥିଲି। ନରେଓ୍ଵର ଉତ୍ତରକୁ ସ୍ୱାଲ୍‌ବାର୍ଡ ନାମକ ଦ୍ୱୀପଟିଏ ଅଛି। ସେ ଦ୍ୱୀପରେ ‘ଆର୍କଟିକ୍‌ ଓ୍ଵାଲର୍ଡ ଆର୍କାଇଭ୍‌’ ପ୍ରକଳ୍ପ ସ୍ଥାପନ କରାଯାଇଛି।

Image Courtesy of India Today

ସେ କହିଲେ, ଭାରତର ସଂସ୍କୃତି ସମଗ୍ର ବିଶ୍ୱରେ ଜନପ୍ରିୟ ହେଉଛି। ବ୍ରାଜିଲ୍‌ର ଜୋଆନ୍‌ସ୍‌ ମେସେଟ୍ଟି ନାମକ ଜଣେ ବ୍ୟକ୍ତି ସେଭଳି ଉଦ୍ୟମ କରି ସେଠାକାର ଲୋକମାନଙ୍କ ମଧ୍ୟରେ ବେଦାନ୍ତ ଓ ଗୀତାକୁ ଜନପ୍ରିୟ କରାଉଛନ୍ତି। ଭାରତର ସଂସ୍କୃତି ଓ ଶାସ୍ତ୍ର ସବୁବେଳେ ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ରହିଛି। ସେ ସବୁର ଅନେ୍ଵଷଣରେ ଆସି ଅନେକ ବ୍ୟକ୍ତି ସାରା ଜୀବନ ଏଠାରେ ରହିଯାଇଛନ୍ତି। ଅନ୍ୟ କେତେକ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଭାବେ ସେମାନଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ନିଉଜିଲାଣ୍ଡ୍‌ରେ ନବନିର୍ବାଚିତ ସାଂସଦ ଡାକ୍ତର ଗୌରବ ଶର୍ମା ବିଶ୍ୱର ଅନ୍ୟତମ ପ୍ରାଚୀନ ଭାଷା ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି। ଜଣେ ଭାରତୀୟଙ୍କ ପକ୍ଷରୁ ଭାରତୀୟ ସଂସ୍କୃତିର ପ୍ରଚାର କରାଯିବା କଥା ଆମକୁ ଗୌରବାନ୍ଵିତ କରୁଛି।

ପ୍ରଧାମନ୍ତ୍ରୀ ପୁଣି କହିଲେ, ମହାମାରୀ ଆମ କାର୍ଯ୍ୟ ଧାରା ବଦଳାଇ ଦେଇଛି। ପ୍ରକୃତିକୁ ନୂତନ ଉପାୟରେ ଉପଲବ୍ଧି କରିବାର ସୁଯୋଗ ଦେଇଛି। ପ୍ରକୃତିକୁ ଅବଲୋକନ କରିବାରେ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳି ଯାଇଛି। ଏବେ ଆମେ ଶୀତଋତୁରେ ପଦାର୍ପଣ କରିଛନ୍ତି। ଆମେ ପ୍ରକୃତିର ନାନାବିଧ ବର୍ଣ୍ଣାଳୀ ଦେଖିପାରିବା।

ଭାରତରେ ମଧ୍ୟ ଅନେକ ପକ୍ଷୀ ଅବଲୋକନକାରୀ ସମାଜ ସକ୍ରିୟ ଅଛି। ଆପଣମାନେ ମଧ୍ୟ ଏହି ପ୍ରକଳ୍ପ ସହ ସଂଯୁକ୍ତ ହେବା ଉଚିତ। ବନ୍ଧୁଗଣ, ୧୨ ନଭେମ୍ବରରେ ପକ୍ଷୀ ଗବେଷକ ଡକ୍ଟର୍‌ ସଲିମ ଅଲି ଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି।

ଗୁରୁ ନାନକ ଦେବଙ୍କ ମହତ୍‌ ଆଦର୍ଶ ଦ୍ୱାରା ଆମେ ଗଭୀରଭାବେ ଅନୁପ୍ରାଣିତ। ମୋର ପ୍ରିୟ ଦେଶବାସୀ ଆସନ୍ତାକାଲି ନଭେମ୍ବର ୩୦ ତାରିଖ ଦିନ ଆମେ ଗୁରୁ ନାନକ ଦେବଙ୍କର ୫୫୧ତମ ଜୟନ୍ତୀ ‘ପ୍ରକାଶ ପର୍ବ’ ପାଳନ କରିବା। ସମଗ୍ର ବିଶ୍ୱରେ ଗୁରୁ ନାନକ ଦେବଙ୍କର ପ୍ରଭାବ ସ୍ପଷ୍ଟ ବାରି ହୋଇପଡୁଛି। ଦରବାର ସାହିବଙ୍କ ସେବା ନିମନ୍ତେ ଅନୁଦାନ ପଠାଇବା ବିଦେଶରେ ରହୁଥିବା ଶିଖ ଭାଇ ଓ ଭଉଣୀମାନଙ୍କ ପାଇଁ ଅପେକ୍ଷାକୃତ ସହଜ ହୋଇଯାଇଛି। ଏହି ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱରେ ଥିବା ସଂଗତ ଅନୁଗାମୀମାନେ ଦରବାର ସାହିବଙ୍କ ନିକଟତର ହୋଇପାରିଛନ୍ତି। ୨୦୦୪ରେ ‘ୟୁନେସ୍କୋ ଏସିଆ ପେସିଫିକ୍‌ ହେରିଟେଜ୍‌ ପୁରସ୍କାର’ ଦ୍ୱାରା ‘ଲଖପତ ଗୁରୁଦ୍ୱାରା ସଂରକ୍ଷଣ ଉଦ୍ୟମ ସମ୍ମାନିତ ହୋଇଛି।

କେବଳ ବଡ଼ ବଡ଼ କଲେଜ ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ନୁହେଁ, ଗାଁଗଣ୍ଡାରେ ଥିବା ବିଦ୍ୟାଳୟ ନିମନ୍ତେ ମଧ୍ୟ ବଳିଷ୍ଠ ଓ ସକ୍ରିୟ ପୁରତନ ଶିକ୍ଷାର୍ଥୀ ନେଟ୍‌ଓ୍ଵାର୍କ ଆବଶ୍ୟକ। ଆଇଆଇଟି ଦିଲ୍ଲୀ ଆରମ୍ଭ କରିଥିବା ଏଣ୍ଡାଓମେଣ୍ଟ୍‌ ଫଣ୍ଡ୍‌ ଏକ ଚମତ୍କାର ଉପାୟ। ସମଗ୍ର ବିଶ୍ୱରେ ଥିବା ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟମାନଙ୍କରେ ଏ ପ୍ରକାର ଏଣ୍ଡାଓମେଣ୍ଟ୍‌ ସଂସ୍କୃତି ରହିଛି ଯାହା ଶିକ୍ଷାର୍ଥୀମାନଙ୍କୁ ସହାୟକ ହେଉଛି। ଭାରତର ବିଶ୍ୱବିଦ୍ୟାଳୟମାନେ ମଧ୍ୟ ଏହି ସଂସ୍କୃତି ଆରମ୍ଭ କରିବାକୁ ସମର୍ଥ ବୋଲି ମୋର ମନେ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋର ପ୍ରିୟ ଦେଶବାସୀ, ୫ ଡିସେମ୍ବର ହେଉଛି ଶ୍ରୀଅରବିନ୍ଦଙ୍କର ମହାପ୍ରାୟାଣ ଦିବସ। ଶ୍ରୀଅରବିନ୍ଦଙ୍କ ସୃଷ୍ଟିକୁ ଯେତେ ପଢ଼ିବା ଆମର ଅନ୍ତର୍ଦୃଷ୍ଟି ସେତେ ବୃଦ୍ଧିପାଇବ। ବିଦେଶରୁ କିଛି ଶିକ୍ଷା କରିବାକୁ ଶ୍ରୀଅରବିନ୍ଦ କଦାପି ବିରୋଧ କରି ନ ଥିଲେ। ଯେଉଁଠି ନୂଆ କିଛି ଦେଖିବା ଆମେ ସେଥିରୁ ଶିକ୍ଷା କରିବା ଉଚିତ। ତା’ପରେ ସେଥିରୁ ଆମ ଦେଶ ପାଇଁ କ’ଣ ଉପକାର ହେବା ତାହାକୁ ପ୍ରୋତ୍ସାହନ ଓ ପ୍ରେରିତ କରିବା ଉଚିତ। ତାହା ହିଁ ହେଉଛି ଆତ୍ମନିର୍ଭର ଭାରତ ନିମନ୍ତେ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ର ଉଚ୍ଛ୍ୱାସ।

କୃଷି ସଂସ୍କାର କୃଷକମାନଙ୍କ ଲାଗି ନୂତନ ଦ୍ୱାର ଉନ୍ମୋଚନ କରିଛି। କୃଷି ସଂସ୍କାର କୃଷକମାନଙ୍କ ଲାଗି ନୂଆ ସୁଯୋଗମାନ ଆଣିଛି। ସେମାନେ ତାହାଦ୍ୱାରା ନିଜର ଅଧିକାର ସାବ୍ୟସ୍ତ କରିପାରିଛନ୍ତି। କଠିନ ଶ୍ରମ କରୁଥିବା ଭାରତୀୟ କୃଷକମାନଙ୍କ ମଙ୍ଗଳ ଲାଗି ଆମେ ଦୃଢ଼ ପରିକର। କୃଷକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ନିମନ୍ତେ ରାଜସ୍ଥାନ ବରଣ ଜିଲ୍ଲାର ମହମ୍ମଦ ଅସଲମ୍‌ ଜୀ ସେହିଭଳି ଧାରାରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଏକ କୃଷକ ଉତ୍ପାଦକ ସଂଗଠନର ସିଇଓ ଅଛନ୍ତି।

ଲକ୍‌ଡାଉଡ଼୍‍ ପର୍ଯ୍ୟାୟରୁ ମୁକୁଳିବା ପରେ ଟିକା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ,କରୋନାଭାରସ୍‌ ପ୍ରତି କୌଣସି ପ୍ରକାର କୋହଳତା ଏବେ ମଧ୍ୟ ବିପଜ୍ଜନକ ଅଟେ। ଭୂତାଣୁ ବିରୋଧରେ ଆମକୁ ଦୃଢ଼ତାର ସହ ଲଢ଼ିବାକୁ ପଡ଼ିବ।

ସମ୍ବନ୍ଧିତ ଖବର