ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ଅଷ୍ଟମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ୬୦ ବର୍ଷୀୟା ଇନ୍ଦିରା ବାନାର୍ଜୀ। ସର୍ବୋଚ୍ଚ ନ୍ୟାୟାଳୟର ମହିଳା ବିଚାରପତି ତାଲକାରେ ବାନାର୍ଜୀ ଅଷ୍ଟମ ସ୍ଥାନରେ ରହିବା ସହ ଅନ୍ୟ ଏକ ଇତିହାସ ମଧ୍ୟ ସୃଷ୍ଟି ହୋଇଛି। ସୁପ୍ରିମ୍କୋର୍ଟରେ ଏକକାଳୀନ ୩ ଜଣ କାର୍ଯ୍ୟରତ ମହିଳା ବିଚାରପତି ରହିବା ଘଟଣା ବି ଇନ୍ଦିରା ବାନାର୍ଜୀଙ୍କ ନିଯୁକ୍ତି ପରେ ପ୍ରଥମ। ପୂର୍ବରୁ କେବେ ବି ସୁପ୍ରିମ କୋର୍ଟରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ୩ ଜଣ ମହିଳା ବିଚାରପତି ଏକା ସହ କାର୍ଯ୍ୟଭାରରେ ରହି ନ ଥିଲେ।
ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ବ୍ୟତୀତ କାର୍ଯ୍ୟରତ ଅନ୍ୟ ଦୁଇ ମହିଳା ବିଚାରପତି ହେଉଛନ୍ତି ଜଷ୍ଟିସ୍ ଆର୍ ଭାନୁମତି ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା।
୧୯୮୯ ମସିହାରେ ସୁପ୍ରିମ୍କୋର୍ଟରେ ପ୍ରଥମ ମହିଳା ବିଚାରପତି ନିଯୁକ୍ତ ହୋଇଥିଲେ। ସେ ସମୟରେ ଏକ ଇତିହାସ ରଚିଥିବା ବେଳେ ଏବେ ଇନ୍ଦିରା ବାନାର୍ଜୀଙ୍କ ନିଯୁକ୍ତି ଅନ୍ୟ ଏକ ଇତିହାସ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2018/08/dignitaries-panneerselvam-banwarilal-vaidyanathan-palaniswami-administered-government_9665e252-979d-11e8-bd6f-c32900bc590c-300x169.jpg)
ଶୁକ୍ରବାର ଆଇନ୍ ମନ୍ତ୍ରାଳୟ ପକ୍ଷରୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତିକୁ ଘୋଷଣା କରାଯାଇଛି।
ବାନାର୍ଜୀ ୧୯୮୫ ମସିହା ଜୁଲାଇ ୫ ତାରିଖରେ କୋଲକାଟା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେ ତାଙ୍କର ଆଇନ୍ ଡିଗ୍ରି ମଧ୍ୟ କାଲକାଟା ବିଶ୍ୱବିଦ୍ୟାଳୟରୁ ହାସଲ କରିଛନ୍ତି।
୨୦୦୨ ମସିହା ଫେବ୍ରୁଆରି ୫ ତାରିଖରେ ତାଙ୍କୁ କାଲକାଟା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୬ ମସିହା ଅଗଷ୍ଟ ୮ ତାରିଖରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଥିଲା।
୨୦୧୭ ଏପ୍ରିଲ୍ ୫ ତାରିଖରେ ସେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/dc-Cover-kc906shg40a2mcn9bng2r0m233-20180804153504.Medi_.jpeg)