ଅଗରତାଲା: ସାଧାରଣତଃ ମୁଖ୍ୟମନ୍ତ୍ରୀ କହିଲେ ଜଣେ ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଚିତ୍ର ଆଖି ସାମ୍ନାରେ ନାଚି ଉଠେ। ପ୍ରଭାବଶାଳୀ ହୁଅନ୍ତୁ କି ନାହିଁ କିନ୍ତୁ ସବୁ ମୁଖ୍ୟମନ୍ତ୍ରୀ ଯେ ଧନୀ ସେ ଧାରଣାଟି ଅନ୍ତତ ଏହି ଖବରଟି ପଢ଼ିବା ପରେ ବଦଳିଯିବ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍ ଜମା ଖାତାରେ ଅଛି ମାତ୍ର ୨,୪୧୦ ଟଙ୍କା, ଯାହାକି ଜଣେ ଗରିବ ଲୋକର ଜମା ଖାତାରେ ଥିବା ପଣିମାଣଠାରୁ ବି କମ୍। ଏହାବ୍ୟତୀତ ତାଙ୍କ ହାତରେ ଥିଲା ସମୁଦାୟ ୧,୫୨୦ ଟଙ୍କା। ଏହି ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଜଣକ ହେଉଛନ୍ତି ତ୍ରିପୁରାର ମାଣିକ୍ ସରକାର। ମାଣିକ ହେଉଛନ୍ତି ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ ମାଣିକଙ୍କ ନିକଟରେ କୌଣସି ମୋବାଇଲ୍ ଫୋନ୍ ନାହିଁ କି ତାଙ୍କର ମେଲ୍ କିମ୍ବା ସୋସିଆଲ୍ ମିଡିଆରେ କୌଣସି ଆକାଉଣ୍ଟ୍ ନାହିଁ।
/sambad/media/post_attachments/wp-content/uploads/2018/01/manik-sarkar1_660_020713045005-300x227.jpg)
ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜାନୁଆରି ୨୦ ତାରିଖ ପର୍ଯ୍ୟନ୍ତ ମାଣିକଙ୍କ ବ୍ୟାଙ୍କ୍ ଖାତାରେ ୨,୪୧୦ ଟଙ୍କା ଥିଲା। ଲଗାତର ୬ ଥର ବିଜୟ ଲାଭ କରି ମାଣିକ ସବୁଠାରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ ରହି ପାରିଛନ୍ତି। ୬୯ ବର୍ଷିଅ ମୁଖ୍ୟମନ୍ତ୍ରୀ ନିଜ ଦଳ ସିପିଆଇ(ଏମ୍)କୁ ନିଜର ଦରମା ୨୬, ୩୧୫ ଟଙ୍କା ଦେଉଥିଲେ। ପ୍ରତିବଦଳରେ ସେ ନିଜର ଖର୍ଚ୍ଚ ପାଇଁ ଦଳଠାରୁ ୯,୭୦୦ ଟଙ୍କା ନେଉଥିଲେ। ତେବେ ତାଙ୍କ ପତ୍ନୀ ପଞ୍ଚାଲୀ ଭଟ୍ଟାଚାର୍ଯୀ ଜଣେ କେନ୍ଦ୍ର ସରକାର ଚାକିରିଆ। ତାଙ୍କ ନିକଟରେ ସମୁଦାୟ ୨୦,୧୪୦ ଟଙ୍କା ଥିବା ବେଳେ ତାଙ୍କ ବ୍ୟାଙ୍କ୍ ଜମା ଖାତାରେ ସମୁଦାୟ ୧୨,୧୫, ୭୧୪ ଟଙ୍କା ରହିଛି। ସରକାରଙ୍କ ପକ୍ଷରୁ ମାଣିକ ଏବଂ ତାଙ୍କ ପତ୍ନୀଙ୍କୁ ଘର ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Manik_Sarkar_1.jpeg)