କରୋନା ଭାଇରସ ଉପରେ ବିଜୟ ପାଇବାକୁ ଯାଉଛି ଏହି ଦେଶ

ୱେଲିଂଟନ : କରୋନା ଭାଇରସ ସମଗ୍ର ବିଶ୍ୱରେ ନିଜର କାୟା ମେଲାଇଚାଲିଥିବାବେଳେ ଗୋଟିଏ ଦେଶ ଏହା ଉପରେ ବିଜୟ ପାଇବାକୁ ଯାଉଛି । ସେହି ଦେଶଟି ହେଉଛି ନ୍ୟୁଜିଲାଣ୍ଡ । ପ୍ରାୟ ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନ୍ୟୁଜିଲାଣ୍ଡରେ ଏବେ ଜଣେ ମାତ୍ର କରୋନା ଆକ୍ରାନ୍ତ ବ୍ୟକ୍ତି ରହିଛନ୍ତି । ଏହି ବ୍ୟକ୍ତି ଏବେ ନିଜ ଘରେ ଏକାନ୍ତବାସରେ ଥିବାରୁ ତାଙ୍କଠାରୁ ଅନ୍ୟ କାହାକୁ ବ୍ୟାପିବାର ଆଶଙ୍କା ମଧ୍ୟ ନାହିଁ । ଆହୁରି ମଧ୍ୟ ଗତ ୧୩ ଦିନ ହେଲା ଏହି ଦେଶରେ କୌଣସି ନୂଆ ସଂକ୍ରମଣ ଦେଖାଯାଇନାହିଁ ।

ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ସରକାର ଏବେ ଅଧିକାଂଶ କଟକଣା ଉଠାଇ ନେଇଛନ୍ତି । ଏବେ ଦେଶରେ କୌଣସି କଣ୍ଟେନମେଣ୍ଟ ଜୋନ ନାହିଁ । ଏହି ଦେଶରେ ଏପର୍ଯ୍ୟନ୍ତ ମୋଟ ୧୫୦୦ଟି ସଂକ୍ରମଣ ମାମଲା ଓ ୨୨ଟି ମୃତ୍ୟୁ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୮ ହଜାରରେ ପହଞ୍ଚିଛି । ତେବେ ବିଶ୍ୱର ଆରୋଗ୍ୟ ସଂଖ୍ୟା ୩୧.୯ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୧୯ ଲକ୍ଷ ଟପିଯାଇଛି ଓ ମୃତ୍ୟୁସଂଖ୍ୟା ୧ଲକ୍ଷ ୯ ହଜାରକୁ ବୃଦ୍ଧି ପାଇଛି । ୨ୟ ସ୍ଥାନରେ ଥିବା ବ୍ରାଜିଲରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୮୭ ହଜାରରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୨ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର