କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଏହି ନିଷ୍ପତ୍ତିକୁ ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆର ବିରୋଧ

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ପୂର୍ବ ଅନୁମତି ନ ନେଇ ନର୍ଥ କ୍ଲବରେ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ପ୍ରବେଶ କରିପାରିବେ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ ପକ୍ଷରୁ ବିରୋଧ କରାଯାଇଛି। ଗିଲ୍‌ଡ ପକ୍ଷରୁ ଜାରି ଏହି ବୟାନ୍‌ରେ କୁହାଯାଇଛି ଯେ କେନ୍ଦ୍ର ଅର୍ଥମନ୍ତ୍ରାଳୟର ନିଷ୍ପତ୍ତିକୁ ବିରୋଧ କରେ ସଂଘ। ଏହା ପ୍ରେସର ସ୍ୱାଧୀନତା ଲାଗି ବିପଦ ବୋଲି ଗିଲଡ ପକ୍ଷରୁ କୁହାଯାଇଛି। ଏହା ଫଳରେ ଅନ୍ତର୍ଜାତୀୟ ସ୍ତରରେ ପ୍ରେସ୍‌ର ସ୍ୱାଧୀନତାକୁ ନେଇ ଭାରତର ଛବି ମଳିନ କରିବ।

photo-jansatta

ତେବେ ଗିଲଡ ପକ୍ଷରୁ କୁହାଯାଇଛି ଯେ ଏ ସଂପର୍କରେ ମନ୍ତ୍ରାଳୟ ସହିତ ଗିଲ୍‌ଡର କୌଣସି ବିବାଦ ନାହିଁ। କିନ୍ତୁ ସାମ୍ବାଦିକମାନଙ୍କୁ ଏ ନେଇ ସଂଯମୀ ଓ ଦାୟିତ୍ୱବାନ୍‌ ହେବାକୁ ପଡ଼ିବ। ଯଦି ଅର୍ଥମନ୍ତ୍ରୀ ମନେ କରୁଛନ୍ତି ଯେ ସାମ୍ବାଦିକମାନଙ୍କ ଅଯଥା ଯାତାୟତ ଯୋଗୁଁ ମନ୍ତ୍ରାଳୟରେ ସମସ୍ୟା ଉପୁଜିଛି,ତେବେ ଏହାର ସମାଧାନ ପାଇଁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରାଯାଇପାରେ। ଏଣୁ ଏହି ନିଷ୍ପତ୍ତିର ପୁନର୍ବିଚାର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିବେଦନ କରିଛି ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ।

ସମ୍ବନ୍ଧିତ ଖବର