ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏସ୍. କ୍ରିଷ୍ଣାମୂର୍ତ୍ତି ଆଜି କହିଛନ୍ତି ଯେ ଏକ ରାଷ୍ଟ୍ର-ଏକ ନିର୍ବାଚନ ଚିନ୍ତାଧାରା ବହୁତ ଭଲ, କିନ୍ତୁ ସମ୍ବିଧାନ ସଂଶୋଧନ ବିନା ଏହା ସମ୍ଭବ ହୋଇପାରିବ ନାହିଁ। ଏକାଥରକେ ନିର୍ବାଚନ କରାଇବା ପାଇଁ ବିଧାନସଭା ଏବଂ ଲୋକସଭାର ସ୍ଥାୟୀ ଅବଧି ନିର୍ଦ୍ଧାରଣ କରିବାକୁ ହେବ। ଏକାଥରକେ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଡ଼ ଚ୍ୟାଲେଂଜ ହେବ। ଅର୍ଦ୍ଧସାମରିକ ବାହିନୀର ଶକ୍ତି ଯଥେଷ୍ଟ ମାତ୍ରାରେ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଏକ ରାଷ୍ଟ୍ର -ଏକ ନିର୍ବାଚନ ଦେଶ ସ୍ବାର୍ଥରେ ଏକ ବହୁତ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି।
ସମ୍ବିଧାନ ସଂଶୋଧନ ବିନା ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’ ସମ୍ଭବ ନୁହେଁ
/sambad/media/post_attachments/wp-content/uploads/2019/06/Untitled-3-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)