କୋଲକାତା: କୋଲକାତାର ଆରଜି କର ମେଡିକାଲ୍ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଟ୍ରେନି ଡାକ୍ତରଙ୍କ ସହକର୍ମୀ ଡକ୍ଟର ଶ୍ରେୟା ସଙ୍କ କହିବାନୁଯାୟୀ ରାତି ପ୍ରାୟ ୩ଟା ସମୟରେ ଦୁଇଜଣ ଅପରିଚିତ ବ୍ୟକ୍ତି ପୀଡ଼ିତାଙ୍କୁ ଜାଗ୍ରତ କରୁଥିବା ସେ ଦେଖିବାକୁ ପାଇଥିଲେ। ଯେତେବେଳେ ସେ ଏକ ନିର୍ଦ୍ଦିଷ୍ଟ ବିଶ୍ରାମ ଶୋଇଥିଲେ, ଯାହାର ତାଲା ନଥିଲା। ଅନ୍ଧାରରେ ଅଜ୍ଞାତ ପୁରୁଷମାନେ ତାଙ୍କୁ ଜାଗ୍ରତ କରିବା ପ୍ରଥମେ ସେ ଭୟଭୀତ ହୋଇ ଯାଇଥିଲେ।
ପାଞ୍ଚ ବର୍ଷ ପୂର୍ବେ ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ। ରଏଟର୍ସ ଦ୍ୱାରା ଦେଖାଯାଇଥିବା ଏକ ଆଭ୍ୟନ୍ତରୀଣ ସରକାରୀ ମେମୋ ଅନୁଯାୟୀ ସରକାର ଜନସାଧାରଣଙ୍କୁ ହସ୍ପିଟାଲ୍ରେ ମହିଳା ସୁରକ୍ଷାକର୍ମୀ ଓ ପ୍ରବେଶ ଦ୍ବାରରେ ମହିଳା କର୍ମଚାରୀଙ୍କ ନିୟୋଜିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ; ଯାହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ଫଳରେ ଅଗଷ୍ଟ ୯ ତାରିଖରେ ଜଣେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛନ୍ତି ବୋଲି ପୁଲିସ୍ କହିଛି।
ଯଦି ସରକାର ପୂର୍ବରୁ ପଦକ୍ଷେପ ନେଇଥାଆନ୍ତେ ତେବେ ଆଜି ଏଭଳି ଅଘଟଣ ଘଟିନଥାନ୍ତା ବୋଲି ମୃତ ଟ୍ରେନି ଡାକ୍ତରଙ୍କ ସହକର୍ମୀମାନେ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/ccvaJfXNQMyedH5GVgfg.jpg)