ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଯାଇ ମହିଳାଙ୍କୁ ଚୁମ୍ବନ ଦେଲେ ଗଭର୍ଣ୍ଣର

ୱାଶିଂଟନ: ଆମେରିକାର ନ୍ୟୁୟର୍କରେ ଜଣେ ମହିଳା ସେଠାକାର ଗଭର୍ଣ୍ଣରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନ୍ୟୁୟର୍କର ଶେରି ଭିଲେ ନାମ୍ନୀ ଜଣେ ମହିଳାଙ୍କ କହିବାନୁସାରେ, ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋ ତାଙ୍କୁ ଜୋରଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କ ପରିବାର ପ୍ରତି ଏଣ୍ଡ୍ର୍ୟୁଙ୍କ ବ୍ୟବହାର ଅପମାନଜନକ ଥିଲା। । ଏହି ଚୁମ୍ବନ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଛନ୍ତି।

ନ୍ୟୁୟର୍କରେ ବସବାସ କରୁଥିବା ୫୫ ବର୍ଷୀୟ ଭିଲେ ହେଉଛନ୍ତି ଦଶମ ମହିଳା, ଯିଏକି ନ୍ୟୁୟର୍କର ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ଏଭଳି ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ମହିଳା ଉକ୍ତ ଗର୍ଣ୍ଣରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉକ୍ତ ପୀଡିତାଙ୍କ ଓକିଲଙ୍କ କହିବା ଅନୁଯାୟୀ, ଏହି ପୂରା ଘଟଣା ହେଉଛି ବର୍ଷ ୨୦୧୭ର ।

जबरन किस
aajtak.in

୨୦୧୭ରେ ବନ୍ୟା ହୋଇଥିଲା। ଏହାପରେ ବନ୍ୟାକ୍ଷୟକ୍ଷତିର ଆକଳନ କରିବା ପାଇଁ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ସହିତ ବହୁତ ସୁନ୍ଦର ଅଛ କହି ବିନା ସହମତିରେ ଗଭର୍ଣ୍ଣର ଚୁମ୍ବନ‌ କରିଥିଲେ ଓ ଆପତ୍ତିଜନକ କଥା କହିଥିଲେ। ସେତେବେଳ ଗଭର୍ଣ୍ଣର ଘରେ ଏକା ଥିବା ବେଳେ ତାଙ୍କ ସହ ଥିବା କର୍ମଚାରୀମାନେ ଆଗକୁ ଯାଇ ବନ୍ୟା କ୍ଷୟକ୍ଷତି ଆକଳନ କରୁଥିଲେ।

ସମ୍ବନ୍ଧିତ ଖବର