ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲେନାହିଁ ବୋଲି ବସରେ ନିଆଁ ଲଗେଇଦେଲେ ଏହି ମହିଳା

ବାରାଣାସୀ: ଉତ୍ତରପ୍ରଦେଶରେ ଏକ ସ୍ୱତନ୍ତ୍ର ପୂର୍ବାଞ୍ଚଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ଦିନକୁ ଦିନ ମୁଣ୍ଡ ଟେକୁଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ନିଜ ନିର୍ବାଚନମଣ୍ଡଳୀ ବାରାଣାସୀ ଗ୍ରସ୍ତ କଲାବେଳେ ଜନୈକ ମହିଳା ଆନ୍ଦୋଳନକାରୀ ମୋଦିଙ୍କୁ ଭେଟିବାକୁ ସୁଯୋଗ ନପାଇବାରୁ ରାଗିଯାଇ ଏକ ବସରେ ନିଆଁ ଲଗାଇଦେଇଛି ।

ପୁଲିସ ସୁତ୍ରରୁ ପ୍ରକାଶ ଯେ ପୂର୍ବାଞ୍ଚଳ ଜନ ଆନ୍ଦୋଳନ ସମିତିର ସେକ୍ରେଟାରୀ ବନ୍ଦନା ରଘୁବଂଶୀ ସ୍ୱତନ୍ତ୍ର ପୂର୍ବାଞ୍ଚଳ ରାଜ୍ୟ ଗଠନ ସଂପର୍କରେ ଦାବି ଜଣାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ । କିନ୍ତୁ ତାକୁ ଭେଟିବାକୁ ସୁଯୋଗ ନ ମିଳିବାରୁ ରାଗିଯାଇ ସେ ଏକ ଭଲଭୋ ବସରେ ନିଆଁ ଲଗାଇଦେଇଛି । ଏହି ସରକାରୀ ଭଲଭୋ ବସଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ବାରାଣାସୀ ଯାଉଥିଲା । ତେବେ ନିଆଁ ଲାଗିବା ଜଣାପଡିବା ପରେ ପୁଲିସ ଓ ଦମକଳ କର୍ମଚାରୀ କିଛି ସମୟ ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ । ଏହି ନିଆଁରେ ବସଟି ଆଂଶିକ ପୋଡିଯାଇଛି ।

ସମ୍ବନ୍ଧିତ ଖବର