ଲଜ୍ଜା: ଥାନା ହାଜତ ଭିତରେ ୨୦ ବର୍ଷିୟା ମହିଳାଙ୍କୁ ୫ ଦିନ କାଳ ଗଣଦୁଷ୍କର୍ମ କଲେ ପୁଲିସ୍‌ କର୍ମୀ

ଭୋପାଳ/ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ରେଓ୍ଵା ଜିଲ୍ଲାର ମଙ୍ଗୱାନରେ ପୁଲିସ୍‌ ଲକ୍‌ ଅପରେ ଥିବାବେଳେ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ ପୁଲିସ୍‌ କର୍ମୀମାନେ ଦୀର୍ଘ ପାଞ୍ଚ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଗତ କରା ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଘଟଣା ମେ ୯ରୁ ମେ ୨୧ ମଧ୍ୟରେ ଘଟିଥିଲା। କିନ୍ତୁ ଅକ୍ଟୋବର ୧୦ରେ ଅତିରିକ୍ତ ଜିଲ୍ଲା ଜଜ୍‌ ଏବଂ ଆଇନଜୀବୀ ଦଳ ଜେଲ ଯାଞ୍ଚ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଜାତୀୟ ସ୍ତରର ଏକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମହିଳା ଜଣକ ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ପୁଲିସ୍‌ ବିରୋଧରେ ଏହି ଅଭିଯୋଗ କରିଥିଲେ। ଯାହା ପରେ ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମହିଳା ଜଣକ ତାଙ୍କ ଅଭିଯୋଗରେ କହିଥିଲେ ଯେ ଜଣେ ମହିଳା କନଷ୍ଟେବଳ ଦୁଷ୍କର୍ମକାରୀ ପୁଲିସକୁ ଏହି ଅପରାଧରୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ଓଲଟା ତାଗିଦ କରିଥିଲେ। ଅନ୍ୟପକ୍ଷରେ ପୁଲିସ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ମହିଳାଙ୍କୁ ମେ ୨୧ରେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର