ବେଙ୍ଗାଲୁରୁ : କର୍ଣ୍ଣାଟକରେ ସିଏଏ ବିରୋଧୀ ରୢାଲିରେ ଅମୁଲ୍ୟା ଲିଓନା ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ଦେଇ ଗିରଫ ହେବାପରେ ବେଙ୍ଗାଲୁରୁରେ ପୁଣି ଜଣେ ମହିଳା ‘କାଶ୍ମୀର ମୁକ୍ତି’ ‘ଦଳିତ ମୁକ୍ତି’ ‘ମୁସଲିମ ମୁକ୍ତି’ ପ୍ଲାକାର୍ଡ ଧରି ଅଟକ ରହିଛନ୍ତି। ଗତକାଲିର ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ୍ ବିରୋଧରେ ଆଜି ହିନ୍ଦୁ ଜାଗରଣ ବେଦିକେ ଦ୍ବାରା ଏକ ଆନ୍ଦୋଳନ ଆୟୋଜନ ହୋଇଥିଲା। ଏହି ଆନ୍ଦୋଳନରେ ସାମିଲ ଥିବା ଜଣେ ମହିଳା କାଶ୍ମୀର ମୁକ୍ତି, ଦଳିତ ମୁକ୍ତି ପ୍ଲାକାର୍ଡ ଧରିଥିବାରୁ ତାଙ୍କୁ ଅଟକ ରଖାଯାଇଛି। ବେଙ୍ଗାଲୁରୁ ପୁଲିସ କମିସନର ଭାସ୍କର ରାଓ କହିଛନ୍ତି, ଉକ୍ତ ମହିଳାଙ୍କୁ ଏବେ ଜେରା କରାଯାଉଛି। ମହିଳା ଜଣଙ୍କ ଜଣେ ଫ୍ୟାସନ ଡିଜାଇନର ଏବଂ ତାଙ୍କ ନାମ ଅରୁଦ୍ରା। ସେ ସିଏଏ ଏବଂ ଏନ୍ଆରସି ସମ୍ପର୍କରେ କିଛି ଜାଣନ୍ତିନି। ସେ ତାଙ୍କ ଭୁଲ୍ ପାଇଁ ପଶ୍ଚାତାପ କରୁଥିବା କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କୁ ହାଜତରେ ରଖାଯାଇଥିବା ପୁଲିସ କହିଛି।
‘ଦଳିତ ମୁକ୍ତି’, ‘କାଶ୍ମୀର ମୁକ୍ତି’ ପ୍ଲାକାର୍ଡ ଧରି ବେଙ୍ଗାଲୁରୁରେ ଜଣେ ମହିଳା ଅଟକ
/sambad/media/post_attachments/wp-content/uploads/2020/02/woman-arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)