ୟୁପିରେ ମହିଳାଙ୍କୁ ପିଟିପିଟି ହତ୍ୟା

ପିଲିଭିଟ : ଉତ୍ତରପ୍ରଦେଶରେ ଜଣେ ୫୬ ବର୍ଷୀୟା ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମହିଳାଙ୍କ ନାମ ଚନ୍ଦ୍ରକାଳି। ସେ ତାଙ୍କ କ୍ଷେତରୁ ଅମଳ କରିଥିବା ଧାନକୁ ବିଡ଼ା ବାନ୍ଧି ଏକ ଗାଡ଼ିରେ ନିଜ ଘରକୁ ଆଣିବା ସମୟରେ ତାଙ୍କ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର ଆଗରେ କିଛି ଧାନ ବିଡ଼ା ଖସି ପଡ଼ିଥିଲା। ଏହି କାରଣକୁ ନେଇ ସମ୍ପୃକ୍ତ ଘରର ମହିଳାମାନେ ପ୍ରଥମେ ଚନ୍ଦ୍ରକାଳିଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ଘରର ପୁରୁଷମାନେ ଆସି ଚନ୍ଦ୍ରକାଳିଙ୍କୁ ଲାଠିରେ ନିସ୍ତୁକ ପିଟିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜାହାନାବାଦ ଥାନା ଅଧୀନସ୍ଥ କାନାକୋର ଗ୍ରାମରେ ଏହି ଘଟଣା ଘଟିଛି। ଚନ୍ଦ୍ରକାଳିଙ୍କ ପୁଅ ଜଗଦୀଶ ପ୍ରସାଦ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର