ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓ ଜଙ୍ଗଲରେ ବୁଧବାର ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ ଜରିନା ନାମରେ ଜଣେ ମହିଳା ନକ୍ସଲକୁ ନିହତ କରାଯାଇଛି। ଆଇଟିବିପି ଓ ଛତିଶଗଡ଼ ପୁଲିସର ଯୁଗ୍ମ ଏନ୍କାଉଣ୍ଟରରେ ୫ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିବା ମହିଳା ନକ୍ସଲକୁ ନିହତ କରାଯାଇଥିବା ପୁଲିସ କହିଛି। ଘଟଣାସ୍ଥଳରୁ ଯବାନମାନେ ୨ଟି ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।
କୋହକା ଥାନା ଅନ୍ତର୍ଗତ କୋଣ୍ଡାଲା ପାହାଡ ନିକଟରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁର୍ଗ ରେଞ୍ଜ ଆଇଜି ଜି.ପି ସିଂହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବର୍ଷା ପାଗ ଯୋଗୁଁ ଅପରେସନର ରଣନୀତି ସଫଳ ହୋଇଛି। ସେ କହିଛନ୍ତି, ଛତିଶଗଡ଼ ପୁଲିସର ଯବାନମାନଙ୍କୁ ଆଉଟ୍ ଅଫ୍ ଟର୍ଣ୍ଣ ପ୍ରମୋସନ, ନକଦି ପୁରସ୍କାର ରାଶି ଓ ଗ୍ୟାଲେଣ୍ଟ୍ରି ମେଡାଲ ଦ୍ୱାରା ସମ୍ମାନୀତ କରାଯିବ। ଆଇ.ଜି ଜି.ପି ସିଂହ ନକ୍ସଲଙ୍କ ନିକଟରେ ଅପିଲ କରିଛନ୍ତି ଯେ, ଆତ୍ମସମର୍ପଣ କରନ୍ତୁ ନହେଲେ ନିହତ କରି ଦିଆଯିବ। ବର୍ଷା ସତ୍ତ୍ୱେ ପୁଲିସ ଏନକାଉଣ୍ଟର ଜାରି ରଖି ସଫଳତା ହାସଲ କରିଛି।
ଏନ୍କାଉଣ୍ଟରରେ ମହିଳା ନକ୍ସଲ ନିହତ, ଆଇଜି କହିଲେ ନକ୍ସଲ ଆତ୍ମସମର୍ପଣ କରନ୍ତୁ ନହେଲେ ମାରି ଦିଆଯିବ
/sambad/media/post_attachments/wp-content/uploads/2018/07/Woman-naxal.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)