ଭାବିସ୍ୱାମୀ ବିରୋଧ କରିବାରୁ ନିର୍ବନ୍ଧ ଭାଙ୍ଗି ମା’ଙ୍କୁ କିଡ୍‌ନୀ ଦାନ କଲା ଝିଅ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ କିଡ୍‌ନୀ ପ୍ରତିରୋପଣର ଏକ ପ୍ରଶଂସନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୫ବର୍ଷୀୟ ଯୁବତୀ ନିଜ ମା’ଙ୍କୁ କିଡ୍‌ନୀ ଦେଇ ତାଙ୍କ ଜୀବନ ବଞ୍ଚାଇଥିବା ଜଣା ପଡ଼ିଛି । କିନ୍ତୁ ନିଜ ମା’ଙ୍କୁ କିଡ୍‌ନୀ ଦେବା ପାଇଁ ଯୁବତୀଜଣଙ୍କ ନିଜ ନିର୍ବନ୍ଧକୁ ଭାଙ୍ଗି ଦେଥିବା ଜଣା ପଡ଼ିଛି । ଭାବିସ୍ୱାମୀ ତାଙ୍କୁ କିଡ୍‌ନୀ ଦେବାକୁ ରୋକୁଥିବାରୁ ସେ ଏପରି କରିଥିବା ସାମ୍ନାକୁ ଆସିଛି ।

Indiatimes.com

ପ୍ରତିରୋପଣ କରିଥିବା ଡାକ୍ତରଙ୍କ ଅନୁଯାୟୀ, କୌଣସି ଅବିବାହିତ ଯୁବକ-ଯୁବତୀଙ୍କୁ ଆମେ ଅଙ୍ଗଦାନ ପାଇଁ କହି ନ ଥାଉ । କାରଣ ସେମାନଙ୍କ ଆଗରେ ସେମାନଙ୍କ ପୂରା ଜୀବନ ପଡ଼ିଥାଏ । କିନ୍ତୁ ନିଜ ମା’ଙ୍କୁ ଜୀବନ ଦାନ ଦେବା ପାଇଁ ଯୁବତୀଜଣଙ୍କ ପଛଘୁଞ୍ଚା ନ ଦେଇ କିଡ୍‌ନୀ ଦେବା ପାଇଁ ମନସ୍ତ କରିଥିଲେ । ଯୁବତୀଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ତାଙ୍କୁ ଏପରି କରିବାକୁ ମନା କରିଥିଲେ ତାଙ୍କ ଭାବିସ୍ୱାମୀ । ଯାହା ପାଇଁ ନିର୍ବନ୍ଧକୁ ଭାଙ୍ଗି ଜୁଲାଇ ୨୧ରେ ନିଜର କିଡ୍‌ନୀ ଦାନ କରିଥିଲେ ଯୁବତୀ । ପରେ ସଫଳ କିଡ୍‌ନୀ ପ୍ରତିରୋପଣ କରାଯାଇ ଯୁବତୀଙ୍କ ମା’ଙ୍କୁ ବଞ୍ଚାଯାଇ ପାରିଥିଲା ।

ସମ୍ବନ୍ଧିତ ଖବର