ବେଙ୍ଗାଲୁରୁ: ସହମତିରେ ଦୈହିକ ସମ୍ପର୍କ ରଖିବାର ୬ ବର୍ଷ ପରେ କୌଣସି ମହିଳା ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ କହି କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁର ଜଣେ ମହିଳା ଦାଏର କରିଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଦେଇଛନ୍ତି।

Advertisment

ମହିଳାଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ୬ ବର୍ଷ ଧରି ଦୈହିକ ସମ୍ପର୍କ ରଖିଥିଲେ।

ଏହି ମାମଲା ଉପରେ ରାୟ ଶୁଣାଇ ହାଇକୋର୍ଟ କହିଛନ୍ତି, ବର୍ଷେ ନୁହେଁ, ଦୁଇ ବର୍ଷ ନୁହେଁ, ଚାରି କି, ପାଞ୍ଚ ବର୍ଷ ନୁହେଁ, ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିବା ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପାରସ୍ପରିକ ସମ୍ମତିରେ ୬ ବର୍ଷ ଧରି ଦୈହିକ ସମ୍ପର୍କ ଥିଲା। ଅଭିଯୁକ୍ତ ସବୁକଥା ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଛନ୍ତି। ଅଭିଯୋଗ ହୋଇଛି ଯେ, ୬ ବର୍ଷର ସସମ୍ମତ ଦୈହିକ ସମ୍ପର୍କ ପରେ  ୨୦୧୯ ଡିସେମ୍ବର ୨୭ରୁ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ହ୍ରାସ ପାଇ ଆସିଥିଲା। ତେଣୁ, ଏଥିରେ ଦୁଷ୍କର୍ମ କରାଯାଇଥିବା ଭଳି କୌଣସି କଥା ହିଁ ନାହିଁ।

publive-image Image Courtesy of Times of India

ପ୍ରଥମ ଦିନରୁ ଆରମ୍ଭ କରି ୨୦୧୯ ଡିସମ୍ବେର ୨୭ ଯାଏ ସହମତିରେ ସେମାନଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଥିଲା କହି ବିଚାରପତି ଏମ୍‌. ନାଗପ୍ରସନ୍ନ ବେଙ୍ଗାଲୁରୁ ସହରର ଇନ୍ଦିରା ନଗର ଥାନା ଓ ଦେବନାଗେରେରେ ଥିବା ମହିଳା ଥାନାରେ ଅଭିଯୋଗକାରିଣୀ ପଞ୍ଜୀକୃତ କରାଇଥିବା ‘ଏଫ୍‌ଆଇଆର୍‌’ ଦୁଇଟିକୁ ଖାରଜ କରିଛନ୍ତି। ସେ କହିଛନ୍ତି, ସହମତିରେ ୬ ବର୍ଷ ଧରି ଦୈହିକ ସମ୍ପର୍କ ଥିବାରୁ ‘ଆଇପିସି’ ଧାରା ୩୭୬ ଦଫାରେ ଏହାକୁ ଦୁଷ୍କର୍ମ ମାମଲାଭୁକ୍ତ କରାଯାଇ ପାରିବ ନାହିଁ। ଏହାଛଡ଼ା, ସେ ସୁପ୍ରିମ୍‌ କୋର୍ଟ ଏଭଳି କେତୋଟି ମାମଲା ଉପରେ ଦେଇଥିବା ରାୟକୁ ଦୃଷ୍ଟାନ୍ତ ଭାବେ ଉପସ୍ଥାପନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଅଭିଯୋଗକାରିଣୀ ଓ ଅଭିଯୁକ୍ତ ୨୦୧୩ରେ ଫେସ୍‌ବୁକ୍‌ ଜରିଆରେ ପରିଚିତ ହୋଇଥିଲେ। ଅଭିଯୋଗକାରିଣୀ କହିଛନ୍ତି ଯେ, ଅଭିଯୁକ୍ତ ନିକଟରେ ରହୁଥିବାରୁ ଜଣେ ଉତ୍ତମ ରୋଷେୟା କହି ଅଧିକାଂଶ ସମୟରେ ତାଙ୍କ ଘରକୁ ଆସୁଥିଲେ। ଅଭିଯୋଗକାରିଣୀ ତାଙ୍କ ଘରକୁ ଗଲେ ସେ ସୁସ୍ବାଦୁ ଖାଦ୍ୟ ରାନ୍ଧିବା ସହିତ ବିୟର୍‌ ପିଉଥିଲେ ଓ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୈହିକ ସମ୍ପର୍କ ରଖୁଥିଲେ।