ବ୍ୟାଗ୍‌ ସହ ନିଜେ ଏକ୍ସ-ରେ ମେସିନ୍‌ରେ ଚଢ଼ିଗଲେ ମହିଳା, ଆଶ୍ଚର୍ଯ୍ୟ ହେଲେ ଉପସ୍ଥିତ ଦେଖଣାହାରୀ

ବେଜିଂ: ଚୀନ୍‌ର ଏକ ରେଳବାଇ ଷ୍ଟେସନ୍‌ରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହାଇଯିବେ। ରେଳ ଷ୍ଟେସନ୍‌ରେ ବ୍ୟାଗ୍‌ ଚେକିଂ ସମୟରେ ଜଣେ ମହିଳା ନିଜ ବ୍ୟାଗ୍‌କୁ ଏକ୍ସ-ରେ ମେସିନ୍‌ରେ ରଖିବା ସହ ନଜେ ମେସିନ୍‌ ଉପରକୁ ଚଢ଼ି ଯାଇଥିଲେ। ମହିଳା ଜଣକ ସେମିନ୍‌ରେ ଚଢ଼ିବା ବେଳର ଦୃଶ୍ୟ ଏକ୍ସ-ରେ ମେସିନ୍‌ରେ କଏଦ ହେବା ପରେ ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିର ଫୁଟେଜ୍‌ ଏବେ ଭାଇରାଲ ହୋଇଛି।  କାଳେ ବ୍ୟାଗ୍‌ ଚୋରି ହୋଇଯିବ ବୋଲି ଚିନ୍ତା କରି ମହିଳା ଜଣକ ଏକ୍ସ-ରେ ମେସିନ୍‌ରେ ବି ବ୍ୟାଗ୍‌କୁ ଛାଡ଼ି ନଥିବା ଦୃଶ୍ୟ ଲୋକଙ୍କ ଗହଣରେ ଏକ ମଜାଦାରିଆ ପରିବେଶ ସୃଷ୍ଟି କରିଛି। ତେବେ, ମହିଳାଙ୍କର ଫଟୋ ଏକ୍ସ-ରେ ମେସିନ୍‌ରେ ଉଠିଥିବାର ଦେଖିବାକୁ ମିଳୁଛି।

ମହିଳା ଜଣକ ନିଜ ବ୍ୟାଗ୍‌ ଚୋରି ଭୟରେ ଏକ୍ସ-ରେ ମେସିନ୍‌ ଉପରେ ଚଢ଼ି ଯାଇଥିବା ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀଙ୍କ ସହ ସମସ୍ତ ଦେଖଣାହାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ କହିବା ମୁତାବକ ପ୍ରବଳ ଭିଡ଼ ହେତୁ ମହିଳା ଜଣକ ନିଜ ବ୍ୟାଗ୍‌କୁ ନେଇ ଟିକେ ବେଶି ସଚେତନ ହୋଇ ପଡ଼ିଥିଲେ। ଫଳରେ ସେ ବ୍ୟାଗ୍‌ ସହ ନିଜେ ମେସିନ୍‌ ଉପରକୁ ଚଢ଼ି ଯାଇଥିଲେ।

ସମ୍ବନ୍ଧିତ ଖବର