ଆସାମରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ମହିଳାଙ୍କ ଆତ୍ମହତ୍ୟା

ଗୌହାଟୀ : ଆସାମ ସରକାର ୧୪ ବର୍ଷରୁ କମ୍ ବୟସର ଝିଅମାନଙ୍କୁ ବିବାହ କରି ଯୌନ ସଂପର୍କ ରଖିଥିବା ପୁରୁଷମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ସାରା ରାଜ୍ୟରେ ପୁଲିସ  ୨୨୫୮ ଜଣଙ୍କୁ ମଧ୍ୟ ଗିରଫ କରିଛି । ଏହିପରି ଲୋକଙ୍କ ବିରୋଧରେ ଚାରି ହଜାରରୁ ଅଧିକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିବାବେଳେ । ହିମନ୍ତ ବିଶ୍ବ ସରମା ସରକାରଙ୍କ ଏହି କାର୍ଯ୍ୟ ମଧ୍ୟରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ମହିଳା ଜଣକ ଭୟ କରୁଥିଲେ ଯେ ବର୍ତ୍ତମାନ ପୋଲିସ ତାଙ୍କ ପିତାଙ୍କୁ ମଧ୍ୟ ଗିରଫ କରିବ ଯିଏ ତାଙ୍କୁ ନାବାଳକ ଥିବା ବେଳେ ବିବାହ କରିଥିଲେ ।

ଅନ୍ୟ ଏକ ମାମଲାରେ, ଜଣେ ମହିଳା ପୋଲିସ ଷ୍ଟେସନକୁ ଆସି ଧମକ ଦେଇଛି ଯେ ଯଦି ଗିରଫ ହୋଇଥିବା ତାଙ୍କ ପିତା ଏବଂ ସ୍ୱାମୀଙ୍କୁ ଜେଲରୁ ମୁକ୍ତ କରାନଯାଏ ତେବେ ସେ ଆତ୍ମହତ୍ୟା କରିବ ।

ଅପରପକ୍ଷରେ ଶହ ଶହ ମହିଳା ଧୁବ୍ରି ଜିଲ୍ଲାର ତେନ୍ତୁରହାଟରେ ଥିବା ପୋଲିସ ଷ୍ଟେସନକୁ ଘେରି ଯାଇ ପରେ ରାଜପଥ ବନ୍ଦ କରିଦେଇଥିଲେ। ବିକ୍ଷୋଭକାରୀ ମହିଳାମାନେ ଦାବି କରୁଥିଲେ ଯେ ବାଲ୍ୟ ବିବାହ ଅଭିଯୋଗରେ ଗିରଫ ହୋଇଥିବା ସେମାନଙ୍କ ସ୍ୱାମୀଙ୍କୁ ମୁକ୍ତ କରାଯାଉ । ଏହାକୁ ନେଇ ସରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସମ୍ବନ୍ଧିତ ଖବର