ରାଜସ୍ଥାନ: ୫ ଝିଅଙ୍କ ସହ ମା’ର ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର ବାରମେର୍‌ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ୫ ଝିଅଙ୍କ ସହ ଆତ୍ମହତ୍ୟା କରିବା ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ବାରମେର୍‌ ଜିଲ୍ଲା ଅଧୀନସ୍ଥ ‌ଚୋହତାନ୍‌ ସହରରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣଙ୍କ ପ୍ରଥମେ ତାଙ୍କ ୫ ଝିଅଙ୍କୁ ଏକ ପାଣି ଟାଙ୍କି ମଧ୍ୟକୁ ଠେଲି ଦେଇଥିଲେ ଏବଂ ପରେ ନିଜେ ଏହି ଟାଙ୍କି ମଧ୍ୟକୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ କ’ଣ ଏଯାବତ୍‌ ଜଣାପଡ଼ି ନାହିଁ। ପୁଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର