ଅଣ୍ଟା ବିନ୍ଧା ଅସହ୍ୟ ହେବାରୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିଲେ ମହିଳା, ପରୀକ୍ଷା ପରେ ବିନ୍ଧାର କାରଣ ଜାଣି ଉଡ଼ିଗଲା ଡ଼ାକ୍ତରଙ୍କ ହୋସ

ନୂଆଦିଲ୍ଲୀ: ଆଜିକାଲି କୌଣସି ବି ମଣିଷ ସହିତ କିଛି ବି ଅଜବ ଘଟଣା ଘଟିବାର ଖବର ସାମ୍ନାକୁ ଆସୁଛି । କିଏ ୨୫ ସପ୍ତାହରେ ପିଲା ଜନ୍ମ କରୁଛି ତ କାହାର ପେଟରୁ ରୁମାଲ ବାହାରୁଛି । ଏଭଳି ସମସ୍ୟା ବେଳେ ବେଳେ ଡ଼ାକ୍ତରଙ୍କୁ ଅଶ୍ଚର୍ଯ୍ୟ କରୁଥିବା ଘଟଣାଟି ଖବର କାଗଜରେ ମୁଖ୍ୟ ଖବର ପାଲଟି ଯାଉଛି । ସେଭଳି ଏକ ଘଟଣା ଘଟିଛି ଚୀନ୍‌ର ଚାଙ୍ଗଜ୍‌ହୋଉରେ । ଏଠାରେ ଜଣେ ମହିଳାଙ୍କ ଅଣ୍ଟା ବିନ୍ଧା ଅସହ୍ୟ ହେବାରୁ କାରଣ ଜାଣିବା ପାଇଁ ସେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କର ବିଭିନ୍ନ ପରୀକ୍ଷା କରାଇବା ପରେ ଅଣ୍ଟା ବିନ୍ଧା ହେବାର କାରଣ ସାମ୍ନାକୁ ଆସିଥିଲା । ଯାହାକୁ ଦେଖିବା ପରେ ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ । ସୂଚନା ମୁତାବକ, ପରୀକ୍ଷା ପରେ ମହିଳାଙ୍କ ଡ଼ାହାଣ ପାଖ କିଡ଼୍‍ନିଟି ଷ୍ଟୋନରେ ଭରି ଯାଇଥିବା ଦେଖିବାକୁ ପାଇଥିଲେ ।

Complex

ଏହାକୁ ବାହାର କରିବା ପାଇଁ ଡ଼ାକ୍ତର ସର୍ଜରୀ କରିବାର ଉପଦେଶ ଦେଇଥିଲେ । ସର୍ଜରୀ ପରେ ବାହାରିଥିବା ଷ୍ଟୋନକୁ ଗଣିବା ପାଇଁ ଟ୍ରେନି ଡ଼ାକ୍ତରଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା । ଏକ ଘଣ୍ଟା ପରେ ପ୍ରାୟ ୩,୦୦୦ଟି ଷ୍ଟୋନ ବାହାରିଥିବା ଜଣା ପଡ଼ିଥିଲା । ଏହି ନମ୍ବର ଜାଣିବା ପରେ ଡ଼ାକ୍ତରଙ୍କ ସମେତ ମହିଳା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପୂର୍ବରୁ ମହାରାଷ୍ଟ୍ରରେ ଜଣେ ଯୁବକଙ୍କ ଶରୀରୁ ୧,୭୨,୧୫୫ଟି କିଡ଼୍‍ନି ଷ୍ଟୋନ୍‌ ବାହାର କରାଯାଇଥିଲା । ଯାହା ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଥିଲା ।

ସମ୍ବନ୍ଧିତ ଖବର