ନୂଆଦିଲ୍ଳୀ: ଅଧିକାଂଶ ସମୟରେ ଆପଣଙ୍କର ଅଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ ଭଲ ସେବା ନପାଇବାର ଅଭିଜ୍ଞତା ଥିବ। ତାହା ଖୁବ୍ ଅଧିକ ବାଧେ। ନିକଟରେ ଜଣେ କଣ୍ଟେଣ୍ଟ୍‌ କ୍ରିଏଟର୍‌ ୪.୫ ଲକ୍ଷ ଟଙ୍କାର ଟିକେଟ୍‌ କରି ମଧ୍ୟ ଏୟାର ଇଣ୍ଡିଆ ବିମାନରେ କିଭଳି ଭାବେ ଉପଯୁକ୍ତ ସେବା ପାଇନାହାନ୍ତି ସେ ସଂପର୍କରେ ପ୍ରକାଶ କରିଛନ୍ତି। ଏହି ବିମାନ ଯାତ୍ରୀ ଜଣକ ହେଉଛି ଶ୍ରେୟତି ଗର୍ଗ।

Advertisment

ଶ୍ରେୟତି ନିକଟରେ ଇନଷ୍ଟାଗ୍ରାମରେ ଦିଲ୍ଲୀରୁ ଟରୋଣ୍ଟୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ଭରି ନିଜର ଅନୁଭୂତି ବାଣ୍ଟିଛନ୍ତି। ମହଙ୍ଗା ଟିକେଟ୍ ସତ୍ତ୍ୱେ ସେ ବିମାନ ମଧ୍ୟରେ କିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ପ୍ରକାଶ କରିଛନ୍ତି।

ସେ ତାଙ୍କର ୨.୫ ବର୍ଷର ଏବଂ ସାତ ମାସର ଦୁଇ ପିଲାମାନଙ୍କ ସହିତ ଭ୍ରମଣ କରିଥିବା ବେଳେ ଏକ ଭିଡିଓରେ ସାମ୍ନା କରିଥିବା ସମସ୍ୟାଗୁଡ଼ିକୁ ଦେଖାଇଛନ୍ତି। କିପରି ବିମାନ ମଧ୍ୟରେ ଏଲ୍‌ଇଡି ସ୍କ୍ରିନ୍‌ କାମ କରୁନି ଓ ଲାଇଟ୍‌ ବି ଜଳୁନି ତାହା ‌ସେ ଭିଡିଓରେ ଦେଖାଇଛନ୍ତି।

ଭଙ୍ଗା ସିଟ୍ ଏବଂ ମନୋରଞ୍ଜନର ଅଭାବ ହେତୁ ଏହି ଯାତ୍ରା ଆଶାଠାରୁ ଖୁବ୍ କମ୍‌ କମ୍ ଆନନ୍ଦଦାୟକ ଥିଲା ବୋଲି ମହିଳା ପ୍ରକାଶ କରିଛନ୍ତି। ସେ ତାଙ୍କ କ୍ୟାପ୍‌ସନ୍‌‌ରେ ଏୟାର୍‌ ଇଣ୍ଡିଆକୁ ୪.୫ ଲକ୍ଷ ଟଙ୍କା ପ୍ରଦାନ କରି ମଧ୍ୟ ଏପରି ସେବା ପାଇଥିବାରୁ ନିରାଶ ହୋଇଥିବା ପ୍ରକାଶ କରିଛନ୍ତି।

ସେ ଆହୁରି ବି ଜଣାଇଛନ୍ତି ଯେ କର୍ମଚାରୀଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ଦୁଇ ପିଲାଙ୍କ ସହ ସବୁକିଛି ନିଜକୁ ପରିଚାଳନା କରିବାକୁ ପଡୁଥିଲା।