ଚେନ୍ନାଇ: ତାମିଲନାଡୁର ଜଣେ ମହିଳା ନିଜ ଜିଭ କାଟି ଦେଇଥିବା ଜଣାପଡ଼ିଛି। ନିର୍ବାଚନ ପୂର୍ବରୁ ଡିଏମକେ ଜିତିଲେ ସେ ନିଜର ଜିଭ କାଟି ଭଗବାନଙ୍କୁ ଅର୍ପଣ କରିବେ ବୋଲି ଶପଥ ନେଇଥିଲେ। ଗତକାଲି ରାଜ୍ୟ ବିଧାନସଭା ନିର୍ବାଚନରେ ଡିଏମକେ ଜିତିବା ପରେ ମହିଳାଜଣକ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ସେ ନିଜର ଜିଭ କାଟି ଭଗବାନଙ୍କୁ ଅର୍ପଣ କରିଛନ୍ତି।
/sambad/media/post_attachments/2394476492bf755e3772a84de37c27a6d0f5a5facbacfb5be5c53a9eacdb8efe.webp)
ସୂଚନା ମୁତାବକ, ୩୨ବର୍ଷୀୟା ବନିତା ୨୦୨୧ ବିଧାନସଭା ନିର୍ବାଚନରେ ଡିଏମକେର ବିଜୟ ନିଶ୍ଚିତ କରିବାକୁ ଭଗବାନଙ୍କ ନିକଟରେ ବଳିଦାନ ଭାବରେ ନିଜର ଜିଭ କାଟି ଦେବେ ବୋଲି ପୂର୍ବରୁ ଶପଥ ନେଇଥିଲେ। ଗତକାଲି ଡିଏମକେ ଜିତିବା ପରେ ବନିତା ସକାଳେ ମୁଥାଲାମ୍ମାନ ମନ୍ଦିରରେ ପହଞ୍ଚି ଜିଭ କାଟି ମନ୍ଦିର ଦେବତାଙ୍କୁ ଉତ୍ସର୍ଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୂଜାପାଠରେ କୋଭିଡ ସମ୍ବନ୍ଧୀୟ ପ୍ରତିବନ୍ଧକ ହେତୁ ବନିତା କଟା ଜିଭକୁ ମନ୍ଦିର ଫାଟକରେ ଛାଡି ଅଚେତ ହୋଇପଡ଼ିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।