ନୂଆଦିଲ୍ଲୀ: ନ୍ୟୁଜ୍ ଚ୍ୟାନେଲ ବିତର୍କରେ ଭାଗ ନେଇଥିବା ପ୍ୟାନେଲିଷ୍ଟ ଅନେକ ସମୟରେ କହିବାର ସୁଯୋଗ ନ ପାଇ ହତାଶ ହୋଇଥାନ୍ତି। ତେବେ, ନିକଟରେ ଏକ ନ୍ୟୁଜ ଚ୍ୟାନେଲର ଏକ ବିତର୍କରେ ଅଂଶଗ୍ରହଣ କରିଥିବା ଜଣେ ପ୍ୟାନେଲିଷ୍ଟ କହିବାର ସୁଯୋଗରୁ ବଞ୍ଚିତ ହେବା ପରେ ଅତ୍ୟନ୍ତ ଅନନ୍ୟ ଉପାୟରେ ନିଜର ହତାଶା ପ୍ରକାଶ କରିଛନ୍ତି। ଯାହାକି ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
See what the participant in green kurti does when not given a fair chance to speak! 😂😂😂 pic.twitter.com/M58kKkbpxB
— Elizabeth (@Elizatweetz) January 16, 2022
ଟ୍ଵିଟରରେ ଭାଇରାଲ ହେଉଥିବା ଏକ ଛୋଟ ଭିଡିଓ କ୍ଲିପ୍ରେ ଦେଖାଯାଉଛି ଯେ ମହିଳା ଜଣକ ସବୁଜ କୁର୍ତ୍ତା ପିନ୍ଧି ଅନେକ ଥର ବିତର୍କରେ କହିବା ପାଇଁ ଉଦ୍ୟମ କରି ସବୁଥର ବାଧା ପ୍ରାପ୍ତ ହେବା ପରେ ଶେଷରେ ନାଚିବା ଆରମ୍ଭ କରି ଦେଇଛନ୍ତି। ମହିଲା ଜଣକ ନାଚୁଥିବା ସମୟର ଭିଡିଓ ଟୁଇଟରରେ ସେୟାର ହେବାପରେ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।
ତେବେ, ଏହି ଘଟଣା କେଉଁ ନ୍ୟୁଜ୍ ଚ୍ୟାନେଲରେ ଘଟିଛି, ଅଛି ତାହା ଜଣାପଡି ନଥିବାବେଳେ, ଏହା ବୋଧହୁଏ ଏକ ବଙ୍ଗାଳୀ ନ୍ୟୁଜ୍ ଚ୍ୟାନେଲରେ ଘଟିଥିବା ଅନୁମାନ କରାଯାଉଛି। ଟୁଇଟର ବ୍ୟବହାରକାରୀମାନେ ଭିଡିଓଟିକୁ ବହୁ ସଂଖ୍ୟରେ ଦେଖିବା ସହ ମଜାଳିଆ ପ୍ରତିକ୍ରିୟା ସବୁ ଦେଉଛନ୍ତି।