ପରୀକ୍ଷା କରିବା ପାଇଁ ଡାକ୍ତର ମନା କରିବାରୁ ଚାଲିଗଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ଲୋକ ସତର୍କ ହେଉଥିବା ସହ ଲକ୍ଷଣ ଦେଖାଯିବା ମାତ୍ରେ ଲୋକ ନିଜର ପରୀକ୍ଷା କରାଉଛନ୍ତି| ହେଲେ ଏବେ ଜଣେ ମହିଳାଙ୍କର ଠିକ ସମୟରେ ପରୀକ୍ଷା କରାଯାଇନଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି| ମହିଳାଜଣକ ନିଜର ଥଣ୍ଡା ଜ୍ୱର ବିଷୟରେ ଡାକ୍ତରଙ୍କୁ କହିଥିଲେ ମଧ୍ୟ ଡରିବାର କିଛି ନାହିଁ ବୋଲି କହି ଡାକ୍ତର ତାଙ୍କର ଚିକିତ୍ସା ବା କୌଣସି ପ୍ରକାରର ପରୀକ୍ଷା କରିବାକୁ ମନା କରିଦେଇଥିଲେ| ଯାହାର କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି| ମୃତକଙ୍କ ନାଁ ନତାସା ବୋଲି ଚିହ୍ନଟ କରାଯାଇଛି |

कोरोना टेस्ट से डॉक्टर ने किया था मना, महिला की हो गई मौत
aajtak.intoday.in

ସୂଚନା ମୁତାବକ, ନତାସା ଏକ ମେଡିକାଲ କ୍ଲିନିକରେ କାମ କରୁଥିଲେ | ଥଣ୍ଡା ଜ୍ୱର ହେବାରୁ ସେ କାମ କରୁଥିବା କ୍ଲିନିକର ଡାକ୍ତରଙ୍କୁ ପରୀକ୍ଷା କରାଇବା ପାଇଁ କହିଥିଲେ| ହେଲେ ଡାକ୍ତର ଚିନ୍ତା କର ନାହିଁ ବୋଲି କହି ନତାସାଙ୍କର ପରୀକ୍ଷା କରିନଥିଲେ | କିନ୍ତୁ କିଛି ଦିନ ପରେ ଚାପ ପଡିବାରୁ ଡାକ୍ତର ବାଧ୍ୟ ହୋଇ ନତାସାଙ୍କର ପରୀକ୍ଷା କରାଇଥିଲେ | ହେଲେ ରିପୋର୍ଟ ଆସିବା ପୂର୍ବରୁ ନତାସାଙ୍କର ମୃତ୍ୟୁ ହୋଇସାରିଥିଲା | ଆମେରିକାରେ ରହୁଥିବା ନତାସା ୨ସପ୍ତାହ ତଳେ ନିଜ ପ୍ରେମିକଙ୍କୁ ନିଜର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇଥିଲେ | ମୃତ୍ୟୁବରଣ କରିବାର ଗୋଟେ ଦିନ ପୂର୍ବରୁ ସେ ନିଜ ପ୍ରେମିକଙ୍କୁ କହିଥିଲେ କି ତାଙ୍କ ଫୁସଫୁସରେ କିଛି ଅଟକିଲା ଭଳି ଅନୁଭବ ହେଉଛି | କହିବାର ପରଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର