ଗିର ସୋମନାଥ: ସିଂହମାନେ ବାଟରେ ଠିଆ ହେବାରୁ ପ୍ରସବ ବେଦନା ପାଉଥିବା ଜଣେ ମହିଳା ଆମ୍ବୁଲାନ୍ସ୍ ଭିତରେ ପିଲା ଜନ୍ମ କରିବା ଭଳି ଅଦ୍ଭୁତ ଘଟଣାଟିଏ ଘଟିଛି।
ମହିଳାଜଣଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ୍ଟି ତାଙ୍କ ଘରକୁ ଯାଇଥିଲା। ଘରୁ ତାଙ୍କୁ ନେଇ ଡାକ୍ତରଖାନାକୁ ଯାଉଥିବା ବେଳେ ରାସ୍ତାରେ ପ୍ରାୟ ଚାରିଟି ସଂହ ବୁଲାବୁଲି କରୁଥିବା ଦେଖାଯାଇଥିଲା।
Image Source: Zee Newsସେଠାରୁ ଡାକ୍ତରଖାନା ଯିବା ପାଇଁ ଆଉ ଅନ୍ୟ ରାସ୍ତା ନ ମିଳିବାରୁ ଆମ୍ବୁଲାନ୍ସ୍ ରାସ୍ତା ଉପରେ ଅଟକିଲା। ଶେଷକୁ ପ୍ରସବ କଷ୍ଟ ଭୋଗୁଥିବା ସେ ମହିଳାଜଣଙ୍କ ଆମ୍ବୁଲାନ୍ସ୍ ଭିତରେ ହିଁ ପିଲା ଜନ୍ମ କରିଥିଲେ।
ଆମ୍ବୁଲାନ୍ସ୍ରେ ଥିବା ଏମର୍ଜେନ୍ସି ଷ୍ଟାଫ୍ ପ୍ରସବ କରାଇଥିଲେ। ଉଭୟ ଜନ୍ମଦାତ୍ରୀ ମହିଳା ଓ ନବଜାତକ ସୁସ୍ଥ ଥିବା କଥା ସେ କହିଥିଲେ।
ପିଲା ଜନ୍ମ ହେବାର ପ୍ରାୟ ୨୦ ମିନିଟ୍ଯାଏଁ ଘଟଣାସ୍ଥଳ ସିଂହମାନେ ରହିଥିଲେ। ସେମାନେ ଘଟଣାସ୍ଥଳରୁ ଚାଲିଯିବା ପରେ ଆମ୍ବୁଲାନ୍ସ୍ ମା ଓ ପିଲାକୁ ନେଇ ଡାକ୍ତରଖାନାକୁ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/lions.jpg)