ଭାଷଣ ଦେଉଥିବା ବେଳେ ସିଦ୍ଧୁଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା, ପଚରାଯିବା ପରେ ଜଣାଇଲେ ଏଭଳି କାରଣ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରଠାରୁ ବିବାଦରେ ରହିଥିବା କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ ସିଂହ ସିଦ୍ଧୁଙ୍କୁ ଜଣେ ମହିଳା ଚପଲ ଫିଙ୍ଗିଛନ୍ତି । ହରିୟାଣାର ରୋହତକ୍‌ରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଚପଲ ଫିଙ୍ଗି ସାରିବା ପରେ ମୁତୟନ ଥିବା ସୁରକ୍ଷାକର୍ମୀ ତୁରନ୍ତ ମହିଳାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲେ । ପଚରାଉଚରା ପରେ ଚପଲ ଫିଙ୍ଗିବାର କାରଣ ସାମ୍ନାକୁ ଆସିଥିଲା ।

oneindia.com

ତେବେ ଜନସଭାରେ ସିଦ୍ଧୁ ମୋଦୀଙ୍କ ବିରୋଧରେ ଭାଷଣ ଦେଉଥିବାରୁ ମହିଳାଜଣଙ୍କ ରାଗରେ ଏପରି କରିଥିବା ସ୍ୱୀକାର କରିଥିଲେ । ଖାଲି ସେତିକି ନୁହେଁ, ଚପଲ ମାଡ଼ ଖାଇ ସଭାସ୍ଥଳରୁ ଫେରୁଥିବା ବେଳେ ଲୋକେ ମୋଦୀଙ୍କୁ ନେଇ ନାରା ଲଗାଇଥିଲେ । ତେବେ ଏହା ପ୍ରଥମ ନୁହେଁ, ମୋଦୀଙ୍କୁ ନେଇ ବାରମ୍ବାର ବିବାଦୀୟ ବୟାନ ଦେଉଥିବାରୁ ଲୋକେ ତାଙ୍କୁ ଅନେକ ଥର ଦେଶଦ୍ରୋହୀ କହି ଭାରତରୁ ବାହାର କରିବା ପାଇଁ ଦାବି କରି ସାରିଛନ୍ତି ।

ସମ୍ବନ୍ଧିତ ଖବର